ରାଜ୍ୟ
CM grievance : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ବୁଧବାର ଦିନ ୧୧ଟାରେ ଅନଲାଇନ ପଞ୍ଜୀକରଣ

ଭୁବନେଶ୍ୱର, ୨୧/୦୭ : ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ଗତ କିଛିଦିନ ଧରି ଭୁବନେଶ୍ୱରରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ। ଆସନ୍ତା ୨୭ ତାରିଖ (ସୋମବାର) ସକାଳ ୮ଟାରେ ଜନ ଅଭିଯୋଗ ଶୁଣାଣି ହେବ । ଉକ୍ତ ଅଭିଯୋଗ ଶୁଣାଣି ପାଇଁ ଆସନ୍ତା ୨୨ ତାରିଖ (ବୁଧବାର) ସକାଳ ୧୧ଟାରେ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ ।
ଅଭିଯୋଗକାରୀମାନେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ପାଇଁ ନାମ, ଠିକଣା ପଞ୍ଜୀକରଣ କରିବେ । ସେହିପରି ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ପଞ୍ଜିକୃତ ପ୍ରାପ୍ତିସ୍ୱୀକାର ପତ୍ର, ବ୍ୟକ୍ତିଗତ ପରିଚୟପତ୍ର, ଅଭିଯୋଗ ପତ୍ର ସହ ଆସିବାକୁ ଅଭିଯୋଗକାରୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୌଜନ୍ୟ ପ୍ରମେୟ




