୮ ବର୍ଷ ପରେ ବଲିଉଡ୍‌କୁ ଫେରିବେ ଅନୁଷ୍କା, ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମରେ ଦୀପିକାଙ୍କୁ ଦେବେ ଟକ୍କର

ଆଠ ବର୍ଷର ଅପେକ୍ଷାର ଅନ୍ତ । ଅନୁଷ୍କା ଶର୍ମା କରିବେ କମବ୍ୟାକ୍‌ । ଆଲୁ ଅର୍ଜୁନଙ୍କ ସହିତ ସେୟାର କରିବେ ସ୍କ୍ରିନ୍‌ ।

ନୂଆଦିଲ୍ଲୀ ୨୪।୦୩: ଅଲୁ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଏବେ ଚର୍ଚ୍ଚାରେ। ଯାଗାର ନାମ ‘AA22xA6’ ବୋଲି କୁହାଯାଉଛି। କିନ୍ତୁ, ପରେ ଏହାର ନାମ ପରିବର୍ତ୍ତନ କରାଯିବ। ଏହା ଏକ ସାଇନ୍ସ ଫିକ୍ସନ ଫିଲ୍ମ। ଆଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଦୀପିକା ପାଦୁକୋନ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବେ। ଏବେ କୁହାଯାଉଛି ଏଥିରେ ଆଉ ଜଣେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କୁ କାଷ୍ଟ କରାଯାଇଛି।

ରିପୋର୍ଟ ଅନୁସାରେ, ଅନୁଷ୍କା ଶର୍ମାଙ୍କୁ ଏହି ଫିଲ୍ମରେ କାଷ୍ଟ କରାଯାଇଛି। ଯଦି ଏହି ଖବର ସତ୍ୟ ହୁଏ, ତେବେ ଏହା ତାଙ୍କର ତେଲୁଗୁ ଡେବ୍ୟୁ ହେବ। ତଥାପି, ଏହାର କୌଣସି ଅଫିସିଆଲି ଆନାଉନ୍ସମେଣ୍ଟ କରାଯାଇ ନାହିଁ। ଅନୁଷ୍କା ଶର୍ମା ଶେଷ ଥର ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ଏବଂ କ୍ୟାଟ୍ରିନା କୈଫ୍ ନଜର ଆସିଥିଲେ।

ତେବେ ଅନୁଷ୍କା ଜଣେ ପ୍ରଯୋଜକ ଭାବରେ କାମ କରୁଥିବା ପରଠାରୁ ତାଙ୍କ ଅଭିନୟ ପ୍ରୋଜେକ୍ଟ ବିଷୟରେ କୌଣସି ଖବର ଆସିନାହିଁ। ୨୦୨୨ ମସିହାରେ, ଏପରି ଖବର ଆସିଥିଲା ଯେ ସେ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଉପରେ ଏକ ବାୟୋପିକ୍ ‘ଚକଦା ଚକ୍ସପ୍ରେସ’ରେ ନଜର ଆସିବେ। ତଥାପି, ଗତ କିଛି ଦିନ ଧରି ଫିଲ୍ମଟି ବନ୍ଦ ହେବାର ଖବର ପ୍ରସାରିତ ହେଉଛି।

ସୌଜନ୍ୟ Prameya News7

Exit mobile version