100% FDI: ବୀମାରେ ୧୦୦% ଏଫ୍‌ଡିଆଇ ଅନୁମତି

ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି।

ନୂଆଦିଲ୍ଲୀ: ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍‌କା ବୀମା ସବ୍‌କି ସୁରକ୍ଷା’ ବିଲ୍‌ ସଂସଦରେ ଗୃହୀତ ହୋଇଛି। ଲୋକସଭାରେ ପାରିତ ହେବାର ଗୋଟିଏ ଦିନପରେ ତାହା ରାଜ୍ୟସଭାରେ ପାରିତ ହୋଇଛି।

ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବା ଲାଗି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ବୀମାରେ ଏଫ୍‌ଡିଆଇ ସୀମାକୁ ୭୪%ରୁ ବଢ଼ାଇ ୧୦୦% କରାଯାଇଛି। କିନ୍ତୁ ସରକାର ସର୍ତ୍ତ ରଖିଛନ୍ତି ଯେ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଯଥା ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ କିମ୍ବା ସିଇଓ ପଦରେ ଭାରତୀୟ କାମ କରିବେ।

ସୌଜନ୍ୟ ସମ୍ବାଦ

Exit mobile version