ମହାନଗରରାଜ୍ୟ

15 IPS: ୧୫ ଆଇପିଏସ୍‌ ଧରିବେ ୧୭ ଜିଲ୍ଲା ମଙ୍ଗ

ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଲୁଣ୍ଠନ, ଗୋଷ୍ଠୀ ସଂଘର୍ଷ ପରେ ଭିଡ଼ ହିଂସା ଭଳି ବଢ଼ିଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ଅପରାଧୀ ଦମନ ଲାଗି....

ଭୁବନେଶ୍ବର: ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ଲୁଣ୍ଠନ, ଗୋଷ୍ଠୀ ସଂଘର୍ଷ ପରେ ଭିଡ଼ ହିଂସା ଭଳି ବଢ଼ିଚାଲିଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ଥ ହେବାରେ ଲାଗିଛି। ଅପରାଧୀ ଦମନ ଲାଗି ପୁଲିସ ଦାଗି ଓ ପେସାଦାର ଅପରାଧୀଙ୍କୁ ଏନ୍‌କାଉଣ୍ଟର ନୀତି ଆପଣାଇବା ପରେ ବି ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ପୁଲିସର କାର୍ଯ୍ୟଦକ୍ଷତା ନେଇ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସ୍ଥିତି ସଜାଡ଼ିବା ଉଦ୍ୟମ ଆରମ୍ଭ ହୋଇଛି। ପୁଲିସ ଡିଜି ୱାଇବି ଖୁରାନିଆ ୧୭ଟି ଜିଲ୍ଲାକୁ ମୁଖ୍ୟତଃ ଫୋକସ୍‌ କରିଛନ୍ତି ଏବଂ ଏହି ୧୭ ଜିଲ୍ଲା ଦାୟିତ୍ବ ନିରୀକ୍ଷଣ ପାଇଁ ୧୫ ଆଇପିଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି।

ବାର୍ଷିକ ବ୍ଲକ୍‌ ନିରୀକ୍ଷଣ କାର୍ଯ୍ୟକ୍ରମ-୨୦୨୬ ଅଧୀନରେ ଡିଜି ପାହ୍ୟାରୁ ଆରମ୍ଭ କରି ଆଇଜି ପାହ୍ୟା ପର୍ଯ୍ୟନ୍ତ ୧୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଏବଂ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ କୋରାପୁଟ ଓ ରାୟଗଡ଼ା ଦାୟିତ୍ୱ ମିଳିଛି।

ସେଭଳି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଜଗତସିଂହପୁର, ଏଡିଜି ଅରୁଣ ବୋଥ୍ରା ଅନୁଗୁଳ, ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋୟଲଙ୍କୁ କଳାହାଣ୍ଡି, ଏଡିଜି ଏସ୍‌ ସାଇନିଙ୍କୁ ବଲାଙ୍ଗୀର, ଆଇଜି ଏସ୍‌ ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଗଜ୍‌ଭିଏ ସତୀଶ କୁମାର ଈଶ୍ବରଦାସଙ୍କୁ ଢେଙ୍ଗାନାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଆଇଜି ଅନୁପ କୁମାର ସାହୁଙ୍କୁ ପୁରୀ, ଅବିନାଶ କୁମାରଙ୍କୁ ମୟୂରଭଂଜ ଏବଂ ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଦିଆଯାଇଛି। ଆସନ୍ତା ଜୁଲାଇରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟଶୈଳୀ ସମୀକ୍ଷା କରିବେ। ତେବେ ସେମାନେ କେବେଠାରୁ ଜିଲ୍ଲାଗସ୍ତ କରିବେ ଆସନ୍ତା ୧୫ଦିନ ଭିତରେ ଜଣାଇବାକୁ କୁହାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button