ରାଜ୍ୟ

2,057,334 voter: ଏସ୍‌ଆଇଆର୍‌ରେ କଟିଗଲେ ୨୦,୫୭,୩୩୪ ଭୋଟର: ରାଜ୍ୟରେ ୩.୧୬କୋଟି ଭୋଟର

ରାଜ୍ୟରେ ୪ମାସ ଧରି ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଆଜି ଶେଷ ହୋଇଛି। ଏସ୍‌ଆଇଆର୍‌ ପୂର୍ବରୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଥିଲେ।

ଭୁବନେଶ୍ବର: ରାଜ୍ୟରେ ୪ମାସ ଧରି ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଆଜି ଶେଷ ହୋଇଛି। ଏସ୍‌ଆଇଆର୍‌ ପୂର୍ବରୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଥିଲେ। ଏବେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩,୧୬,୩୨,୭୫୪। ଅର୍ଥାତ୍ ଏହି ପ୍ରକ୍ରିୟାରେ ଭୋଟର ତାଲିକାରୁ ୨୦,୫୭,୩୩୪ଜଣଙ୍କ ନାମ କଟିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ଏବେ ୩,୧୬,୩୨,୭୫୪ ଜଣ ଭୋଟର ଅଛନ୍ତି। ଏଥିରେ ୧,୬୧,୩୦,୩୧୯ଜଣ ପୁରୁଷ ଭୋଟର,୧,୫୪,୯୯,୬୬୧ଜଣ ମହିଳା ଭୋଟର, ୨୭୭୪ଜଣ ତୃତୀୟ ଲିଙ୍ଗ। ନିର୍ବାଚକ-ଜନସଂଖ୍ୟା ଅନୁପାତ ୬୭.୦୫ ରହିଛି ଏବଂ ଲିଙ୍ଗ ଅନୁପାତ ୯୬୧।

ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଏଥିରେ ୩,୧୩,୮୭,୦୩୪ଜଣ ଭୋଟର ଥିଲେ। ଫର୍ମ-୬ ମାଧ୍ୟମରେ (୧୮ବର୍ଷରୁ ଅଧିକ ବା ୧୮ବର୍ଷ ହେବାକୁ ଥିବା) ୨,୭୪,୨୪୫ ଜଣ ଭୋଟର ସାମିଲ୍ ହୋଇଛନ୍ତି। ଫର୍ମ ୬କ ମାଧ୍ୟମରେ ୩୫ଜଣ, ଫର୍ମ-୮ ମାଧ୍ୟମରେ ୧୬୨୧୭ଜଣ, ଏହିପରି ମୋଟ୍ ୨,୯୦,୪୯୭ଜଣ ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ଅପରପକ୍ଷେ ଶୁଣାଣି ପରେ ଚୂଡ଼ାନ୍ତ ଭୋଟ ତାଲିକା ପାଇଁ ୨୪,୦୭୦ଜଣ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଥିଲେ। ଦାବି ଆପତ୍ତି ଅବଧିରେ ଫର୍ମ-୭ ଆଧାରରେ ୨୦,୭୦୭ଜଣ ବାଦ୍‌ ପଡ଼ିଛନ୍ତି। ଏହିପରି ମୋଟ ୪୪,୭୭୭ଜଣ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଚିଠା ଭୋଟର ତାଲିକା ତୁଳନାରେ ୨,୪୫,୭୨୦ଜଣ ଭୋଟର ଅଧିକ ସାମିଲ ହୋଇଛନ୍ତି। ଏସ୍‌ଆଇଆର୍‌ରେ ଯେଉଁ ୨୦ଲକ୍ଷରୁ ଅଧିକ ଭୋଟର ବାଦ୍‌ ପଡ଼ିଛନ୍ତି ସେଥିରୁ ୮ଲକ୍ଷରୁ ଅଧିକ ଭୋଟରଙ୍କ ମୃତ୍ୟୁ ହୋଇଥିବା ଶ୍ରୀ ଗୋପାଳନ୍ କହିଛନ୍ତି। ରାଜ୍ୟରେ ଏବେ ୪୬,୮୧୬ଜଣ ସର୍ଭିସ୍ ଭୋଟର ଥିବା ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଯେଉଁମାନଙ୍କର ଭୋଟର ତାଲିକାରୁ ନାମ କଟିଛି ସେମାନେ ଏବେବି ଚାହିଁଲେ ଫର୍ମ-୬, ଫର୍ମ-୬କ,ଫର୍ମ-୮ ମାଧ୍ୟମରେ ଆବେଦନ କରିପାରିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button