ଖେଳ

IPL: ଆଇପିଏଲ୍ ଖେଳସୂଚୀ ଘୋଷଣା ବିଳମ୍ବିତ; ଜାଣନ୍ତୁ ଏହାର କାରଣ

ଆସନ୍ତା ମାର୍ଚ୍ଚ ୨୬ରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୨୦୨୬ ସିଜିନ ଆରମ୍ଭ ହେବ ଓ ତାହା ମେ‘ ୩୧ ପର୍ଯ୍ୟନ୍ତ ଚାଲିବ। ତେବେ ଏପର୍ଯ୍ୟନ୍ତ ଏହାର ଖେଳସୂଚୀ ଚୂଡ଼ାନ୍ତ ହୋଇପାରିନାହିଁ।

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୨୬ରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୨୦୨୬ ସିଜିନ ଆରମ୍ଭ ହେବ ଓ ତାହା ମେ‘ ୩୧ ପର୍ଯ୍ୟନ୍ତ ଚାଲିବ। ତେବେ ଏପର୍ଯ୍ୟନ୍ତ ଏହାର ଖେଳସୂଚୀ ଚୂଡ଼ାନ୍ତ ହୋଇପାରିନାହିଁ। ଚଳିତ ବର୍ଷ ଦେଶର ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଆସନ୍ତା ମାସ ସୁଦ୍ଧା ନିର୍ବାଚନ କମିସନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ଏଣୁ କମିସନ ତାରିଖ ଘୋଷଣା ନ କରିବା ପର୍ଯ୍ୟନ୍ତ ଆଇପିଏଲର ଖେଳସୂଚୀ ଚୂଡ଼ାନ୍ତ ହୋଇପାରୁନାହିଁ।

ମଙ୍ଗଳବାର ବସିଥିବା ଆଇପିଏଲ ପରିଚାଳନା ପରିଷଦର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ନିର୍ବାଚନ କମିସନଙ୍କ ଦ୍ବାରା ୫ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ପରେ ଆଇପିଏଲ ଖେଳସୂଚୀ ଚୂଡ଼ାନ୍ତ କରାଯିବ। ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ହେଲେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପଣ୍ଡିଚେରି ଓ ଆସାମ। ଏସବୁ ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ ମାସରେ ନିର୍ବାଚନ ହେବ। ପୁଣି ଏସବୁ ରାଜ୍ୟରେ ଥିବା ବିଭିନ୍ନ ଷ୍ଟାଡିୟମର ଆଇପିଏଲର କେତେକ ମ୍ୟାଚ ଆୟୋଜନ ହେବାର ଅଛି। ଏଣୁ ଆଇପିଏଲ କର୍ତ୍ତୃପକ୍ଷ ନିର୍ବାଚନ କମିସନଙ୍କ ତାରିଖ ଘୋଷଣାକୁ ଅପେକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ଆଇପିଏଲ ପରିଚାଳନା ପରିଷଦ ପକ୍ଷରୁ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ପତ୍ର ଲେଖି ସେମାନଙ୍କର ଘରୋଇ ଗ୍ରାଉଣ୍ଡ ସଂପର୍କରେ ତଥ୍ୟ ମଗାଯାଇଛି। ଜାନୁଆରି ୨୭ ସୁଦ୍ଧା ନିଜ ନିଜର ହୋମ ଗ୍ରାଉଣ୍ଡ୍ ସଂପର୍କରେ ଜଣାଇବାକୁ ଏହି ଦୁଇ ଫ୍ରାଞ୍ଚାଇଜିକୁ କୁହାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button