ଜିଲ୍ଲା

Cyclone Breaking: ବାତ୍ୟା ଆଶ୍ରୟସ୍ଥଳୀକୁ ଆସିଥିବା ଯୁବକଙ୍କ ମୃତ୍ୟୁ, ମିଳିନି ପରିଚୟ…

ପୁରୀ,୨୦/୧୧: ବାତ୍ୟା  ଆଶ୍ରୟସ୍ଥଳୀକୁ ଉଦ୍ଧାର କରି ଅଣାଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ  ଯୁବକ ରୋଗାଗ୍ରସ୍ତ ଅବସ୍ଥାରେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଡ଼ିଥିଲେ । ପୁଲିସ ତାଙ୍କୁ ଗାଡ଼ିରେ ଉଦ୍ଧାର କରି ଆଣି ପେଣ୍ଠକଟା ବାତ୍ୟା  ଆଶ୍ରୟସ୍ଥଳୀକୁ ଆଣିଥିଲା । ହେଲେ ତାଙ୍କୁ  ଆଶ୍ରୟସ୍ଥଳୀ ଭିତରକୁ ନେବା ପୂର୍ବରୁ ଗାଡ଼ି  ଭିତରେ ହିଁ ସେ ଚେତାଶୂନ୍ୟ ହୋଇଯାଇଥିଲେ ।  ପୁଲିସ ଟିମ୍‌ ତାଙ୍କୁ ଡାକ୍ତରଖାନା ନେଇଥିଲା ।  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତାଙ୍କର ପରିଚୟ ମିଳିନଥିବା ସିଟି  ଡିଏସ୍‌ପି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button