Love Dhokha: ଅସହ୍ୟ ହେଲା ପ୍ରେମିକର ନିର୍ଯାତନା, ଅପମାନ, ବ୍ଲାକ୍ମେଲ୍, ଭିଡିଓ କଲ୍ କରି ଯୁବତୀଙ୍କ ଆତ୍ମହତ୍ୟା , ଚକ୍ଷୁ ଦାନ କଲେ ପରିବାର

ଜଗତପୁର,୧୨/୧୧: ପ୍ରେମ ଆଗରେ ହାର ମାନୁଛି ପରିବାର ଲୋକଙ୍କ ସ୍ନେହ, ମମତା । ମାତ୍ର ପରବର୍ତ୍ତୀ ସମୟରେ ପ୍ରେମିକର ନିର୍ଯାତନା, ବ୍ଲାକ୍ମେଲ୍, ଧମକ ଓ ଅପମାନ ନେଉଛି ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଜଗତପୁର ଥାନା ଅଧୀନ ପୋଡ଼ାବର ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରେମିକର ନିର୍ଯାତନା, ବ୍ଲାକମେଲ୍ ଓ ଧମକର ଶିକାର ହୋଇ ଶେଷରେ ଜଣେ ଯୁବତୀ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ମୁତାବକ, ପୋଡ଼ାବର ଗ୍ରାମର ମହେନ୍ଦ୍ର ନାୟକଙ୍କ ଝିଅ ପ୍ରମିଳା ନାୟକ ଓରଫ ସସ୍ମିତା(୨୧)ଙ୍କର ଦୀର୍ଘ ଦିନ ହେବ ନିକଟସ୍ଥ ଗ୍ରାମ ସୁଜାପୁର ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ତେବେ ସସ୍ମିତା ଖୋରଧାସ୍ଥିତ ଏକ ବେସରକାରୀ ସଂସ୍ଥାରେ ଚାକିରି କରିବା ପରେ ପ୍ରେମରେ ଭଟ୍ଟା ପଡ଼ିଥିଲା । ପ୍ରେମିକ ବିଭିନ୍ନ ସମୟରେ ଖୋରଧା ଯିବା ସହ ସସ୍ମିତାଙ୍କୁ ପୂର୍ବର ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଉଥିଲା । ସସ୍ମିତା ଭୟରେ ଯୁବକ ମାଗିବା ମୁତାବକ ଟଙ୍କା ଦେଉଥିଲେ । ଏନେଇ ସସ୍ମିତା ଯୁବକଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ବି ସୁଫଳ ମିଳିଲା ନାହିଁ । ବରଂ ଯୁବକଙ୍କ ବାପା ଓ ଭିଣୋଇ ଯୁବତୀଙ୍କୁ ତଥାକଥିତ ପ୍ରେମିକ ସହ ବିବାହ କରିବା ପାଇଁ ଚାପ ପକାଇଥିଲେ ।
ସୌଜନ୍ୟ ସମ୍ବାଦ




