ଜିଲ୍ଲା

Pension Distribution: ଆଜି ୫୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲେଶ୍ୱର,୧୦/୧୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ବାଲେଶ୍ୱର ଗସ୍ତରେ ଆସୁଛନ୍ତି । ଏହି  ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମବେତ ଜନତାଙ୍କୁ  ଉଦ୍‌ବୋଧନ ଦେବେ । ପରେ ମଧୁବାବୁ ପେନସନ  ଯୋଜନାରେ ରାଜ୍ୟରେ ମୋଟ ୫୦ଲକ୍ଷ ୫ ହଜାର  ୮୧୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଗସ୍ତ ସୂଚନା  ଅନୁଯାୟୀ ଶ୍ରୀ ମାଝୀ ପୂର୍ବାହ୍ଣ ୧୧ଟା ସମୟରେ ସ୍ଥାନୀୟ  ପୁଲିସ୍‌ ଲାଇନ ପଡ଼ିଆରେ ପହଞ୍ଚିବେ । ସେଠାରେ  ଆୟୋଜିତ ସାଧାରଣ ସଭାରେ ଉପମୁଖ୍ୟମନ୍ତ୍ରୀ ତଥା  ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ  ପରିଡ଼ା, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ  ସିଂ ଖୁଣ୍ଟିଆ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ବ୍ୟପାର ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ  ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣ  ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବାଲେଶ୍ୱର,  ଭଦ୍ରକ ସାଂସଦ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଶ୍ରୀ  ମାଝୀଙ୍କ ସମେତ ଅତିଥିମାନେ ୟୁପିଏମପି ପୋର୍ଟାଲକୁ  ଲଞ୍ଚ କରିବେ । ଅପରାହ୍ଣ ୧.୦୫ ମିନିଟ୍‌ରେ ଶ୍ରୀ  ମାଝୀ ପୁନଶ୍ଚ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

​​​​​​​

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button