ରାଜ୍ୟ

3 Girls Critical: ଯାଜପୁରରେ ଭସାଣ ବେଳେ ଅଘଟଣ: ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର, ୩ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ

ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବ୍ଲକ ଛତିଶଦେବିଲ ପଂଚାୟତ ମହମ୍ମଦ ଜମାପୁର ଗାଁରେ। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଯାଜପୁର ଟାଉନ: ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବ୍ଲକ ଛତିଶଦେବିଲ ପଂଚାୟତ ମହମ୍ମଦ ଜମାପୁର ଗାଁରେ। ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ମହମ୍ମଦ ଜମାପୁର ଗାଁର ସାହୁ ସାହିରେ ଭାଲୁକୁଣୀ ଭସାଣ ଚାଲିଥିଲା। ଏହି ସମୟରେ ଗଛ ଡାଳରେ ସାଉଣ୍ଡବକ୍ସର ବେଲ୍ଟ ବାଜି ଛିଡି ଯାଇଥିଲା।। ଫଳରେ ସାଉଣ୍ଡ ବକ୍ସଗୁଡିକକୁ ଝିଅମାନଙ୍କ ଉପରେ ପଡିଯାଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ମାର୍କଣ୍ଡପୁର ମେଡିକାଲ  ଓ  ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ସେଠାରେ ସମସ୍ତେ ଚିକିତ୍ସାଧୀନ ଥିବାବେଳେ ୩ଜଣ ଝିଅଙ୍କ ଅବସ୍ଥା ଗୁରୁତର ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button