ଅର୍ଥନୀତିଜାତୀୟ

Photo Aadhaar card: ଆଧାର କାର୍ଡରେ କେବଳ ରହିବ ଫଟୋ!

ଆଧାର କାର୍ଡ ଆଗକୁ ପୂର୍ବ ଭଳି ଦେଖାଯିବନି। ସେଥିରେ ପରିବର୍ତ୍ତନ ଆଣିବା ଉପରେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ବିଚାର କରୁଛନ୍ତି। ଏ‌େବକାର ଆଧାର...

ନୂଆଦିଲ୍ଲୀ: ଆଧାର କାର୍ଡ ଆଗକୁ ପୂର୍ବ ଭଳି ଦେଖାଯିବନି। ସେଥିରେ ପରିବର୍ତ୍ତନ ଆଣିବା ଉପରେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ବିଚାର କରୁଛନ୍ତି। ଏ‌େବକାର ଆଧାର କାର୍ଡରେ ଲୋକଙ୍କ ଫଟୋ ସହିତ ତାଙ୍କ ନାମ ଓ ଠିକଣା ଆଦି ତଥ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି। ତେଣୁ ତାକୁ ଅପବ୍ୟବହାର କରିବା ଆଶଙ୍କା ରହୁଛି। ଆଧାରକୁ ଅନେକ ସ୍ଥାନରେ ପରିଚୟପତ୍ର ଭାବେ ବ୍ୟବହାର କରି ତାହାର ନକଲ ରଖାଯାଇଛି। ସେଥିରେ ତଥ୍ୟର ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହେଉଛି।
ଏହି ସମସ୍ୟାର ସମାଧାନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ କ୍ୟୁଆର୍‌ କୋଡ୍‌ ଆଧାରିତ ଆଧାର କାର୍ଡ ବିକାଶ କରିବା ଉପରେ ବିଚାର କରାଯାଉଛି। ନୂଆ ପ୍ରକାର କାର୍ଡରେ କେବଳ ଲୋକଙ୍କ ଫଟୋ ଓ କ୍ୟୁଆର୍‌ କୋଡ୍‌ ରହିବ। ସମସ୍ତ ବ୍ୟକ୍ତିଗତ ତଥ୍ୟ ଯଥା ନାମ, ଠିକଣା, ଫୋନ ନମ୍ବର ଆଦି କ୍ୟୁଆର୍ କୋଡ୍‌ରେ ରହିବ। ଅନେକ ସମୟରେ ହୋଟେଲ, କାର୍ଯ୍ୟକ୍ରମ ଆୟୋଜନକାରୀ ଓ ବିଭିନ୍ନ ସଂସ୍ଥା ଅଫଲାଇନରେ ଆଧାର ଯାଞ୍ଚ କରୁଛନ୍ତି। ସେହି ବେଆଇନ ଅଭ୍ୟାସକୁ ରୋକିବା ଲାଗି ଆସନ୍ତା ଡିସେମ୍ବରରୁ ୟୁଆଇଡିଏଆଇ ନୂଆ ନିୟମ ଆଣିବ। ୟୁଆଇଡିଏଆଇ ଭାବୁଛି ଯେ କାର୍ଡରେ ସବୁ ତଥ୍ୟ ଛପାଇବା ବନ୍ଦ କରିଦେଲେ ତଥ୍ୟ ପ୍ରଘଟ ହେବା ଆଶଙ୍କା ଦୂର ହୋଇଯିବ। ଆଧାର ତଥ୍ୟ ସଂଗ୍ରହ, ସଂରକ୍ଷଣ ଓ ପ୍ରସାରକୁ ରୋକିବା ପାଇଁ କଡ଼ା ଆଇନ ଥିବା ସତ୍ତ୍ବେ ଅଫଲାଇନ୍‌ରେ ତାହାର ବ୍ୟାପକ ଅପବ୍ୟବହାର କରାଯାଉଛି। କ୍ୟୁଆର୍‌ କୋଡ୍‌ରେ ତଥ୍ୟ ରହିଲେ ତାହାକୁ ଆଉ କେହି ଅଫଲାଇନ୍‌ରେ ପ୍ରଘଟ କରିପାରିବେ ନାହିଁ। ସବୁ କିଛି ଅନଲାଇନ୍‌ରେ ହେବ। ଆଧାରକୁ ଦସ୍ତାବିଜ୍‌ ଭାବେ ବ୍ୟବହାର ନ କରି କେବଳ ପ୍ରମାଣୀକରଣ ପାଇଁ ବ୍ୟବହାର କରିବା ଉପରେ କାମ ଚାଲିଛି।
ଆସନ୍ତା ଡିସେମ୍ବର ପହିଲାରୁ ନିୟମରେ ପରିବର୍ତ୍ତନ କରାଯିବ। ନୂଆ ଆଧାର ଆପ୍‌ ଜରିଆରେ ଡିଜିଟାଲ ପ୍ରମାଣୀକରଣ ହୋଇପାରିବ। ନୂଆ ଆପ୍‌ରେ କ୍ୟୁଆର୍‌ ଆଧାରିତ ପ୍ରମାଣୀକରଣ ଓ ଚେହେରା ଚିହ୍ନଟ ଆଧାରିତ ପ୍ରମାଣୀକରଣ ହୋଇପାରିବ।

 

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button