ମନୋରଞ୍ଜନ

Waiting for Ankita: ଅଙ୍କିତାଙ୍କ ଅପେକ୍ଷା

କେତେବେଳେ ଫିଲ୍ମ ତ ପୁଣି କେବେ ମ୍ୟୁଜିକ୍ ଭିଡିଓରେ ନଜର ଆସୁଛନ୍ତି ଅଙ୍କିତା ଦାଶ। ଅଭିନୟ ଦକ୍ଷତା ଥିବା ଅଙ୍କିତାଙ୍କ ଅଭିନୀତ ‘ବାସ୍ତବ’ ନିକଟରେ ମୁକ୍ତିଲାଭ କରିଥିଲା ବେଳେ ସେ ତାଙ୍କର ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି।

କେତେବେଳେ ଫିଲ୍ମ ତ ପୁଣି କେବେ ମ୍ୟୁଜିକ୍ ଭିଡିଓରେ ନଜର ଆସୁଛନ୍ତି ଅଙ୍କିତା ଦାଶ। ଅଭିନୟ ଦକ୍ଷତା ଥିବା ଅଙ୍କିତାଙ୍କ ଅଭିନୀତ ‘ବାସ୍ତବ’ ନିକଟରେ ମୁକ୍ତିଲାଭ କରିଥିଲା ବେଳେ ସେ ତାଙ୍କର ଆଗାମୀ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଲୁବୁନ୍‌-ଟୁବୁନ୍‌ଙ୍କ ନିର୍ଦ୍ଦେଶିତ ‘ଇସ୍କଵାଲା ଲଭ୍’ରେ ଅଙ୍କିତା ନାୟିକା ଭୂମିକାରେ ଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ନବାଗତ ଓମ୍‌। ତେବେ ଏହି ସିନେମା କେବେ ରିଲିଜ୍ ହେବ ସେ ନେଇ କୌଣସି ସୂଚନା ନାହିଁ ବୋଲି ଅଙ୍କିତା କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅଙ୍କିତାଙ୍କ ଅଭିନୀତ ‘ଖୋକାଭାଇ ତମ ପାଇଁ’, ‘ପ୍ରେମୀ ଆୱାରା’ ଓ ‘ମୋ କାହାଣୀରେ ତୋରି ନାଆଁ’ ଆଦି ଛବି ମୁକ୍ତିଲାଭ କରିଥିଲା। ଅଙ୍କିତାଙ୍କୁ ଦର୍ଶକ ପ୍ରଥମେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠା ମିଠା’ରେ ଦେଖିବାକୁ ପାଇଥିଲେ। ଏହାପରେ ନିମାଇଁ ଓଝାଙ୍କ ନିର୍ଦ୍ଦେଶିତ ‘ମନ ଖାଲି ତତେ ଚାହେଁ’, ରଣଜିତ ବାରିକଙ୍କ ନିର୍ଦ୍ଦେଶିତ ‘ତୁମେ ମୋ’ ଶଙ୍ଖା, ତୁମେ ମୋ’ ସିନ୍ଦୂର’ରେ ଅଭିନୟ କରିଥିଲେ ଅଙ୍କିତା।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button