Breaking News

ମହିଳାଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜେଡି: ଟଙ୍କଧର ତ୍ରିପାଠୀ

ମହିଳାଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜେଡି | ମହିଳାଙ୍କୁ ସର୍ବଶ୍ରେଷ୍ଠ କରିବାକୁ କହୁଥିଲେ, ତିନି ମାସ ଆଗରୁ ଏଗ୍ରିମେଣ୍ଟକୁ କାଟି ଦେଲେ। ୨୪ ବର୍ଷ ଧରି ମା ମାନଙ୍କୁ ବ୍ୟବହାର କରି ରାଜନୀତି ରୁଟି ସେକିବା ଠିକ୍ ନୁହେଁ | ବିରୋଧୀ ଦଳ ନେତା ନିଜେ କରିଥିବା ଭୁଲ ସ୍ଵକାର କରନ୍ତୁ |

ଭୁବନେଶ୍ବର: ମିଶନ ଶକ୍ତି ମହିଳା ପ୍ରସଙ୍ଗରେ ଗୃହରେ ମୁହାଁମୁହିଁ ଶାସକ ବିରୋଧୀ। ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ସେ ବିଧାନସଭାରେ କହିଛନ୍ତି, ମହିଳାଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜେଡି | ମହିଳାଙ୍କୁ ସର୍ବଶ୍ରେଷ୍ଠ କରିବାକୁ କହୁଥିଲେ, ତିନି ମାସ ଆଗରୁ ଏଗ୍ରିମେଣ୍ଟକୁ କାଟି ଦେଲେ। ବିଜେପି ଷଡ଼ଯନ୍ତ୍ର କରିବା କଥା କହୁଛନ୍ତି। ଆମେ ତ ସରକାରକୁ ଆସିବା ପାଞ୍ଚ ମାସ ହେଲା, କିନ୍ତୁ ତା ପୂର୍ବରୁ ତ ଆପଣମାନେ ଥିଲେ କିନ୍ତୁ କାହିଁକି ତାଙ୍କୁ ଦରମା ଦେଇନାହାନ୍ତି। ବେବିନା ଇତିଶ୍ରୀଙ୍କ ସମୟରେ ତାଙ୍କ ସମ୍ବେଦନଶୀଳତା କୁଆଡ଼େ ଯାଇଥିଲା? ୨୪ ବର୍ଷ ଧରି ମା ମାନଙ୍କୁ ବ୍ୟବହାର କରି ରାଜନୀତି ରୁଟି ସେକିବା ଠିକ୍ ନୁହେଁ | ବିରୋଧୀ ଦଳ ନେତା ଗୃହ ବାହାରେ କହିବା ପୂର୍ବରୁ ନିଜେ କରୁଥିବା ଭୁଲ ସ୍ଵକାର କରନ୍ତୁ | ମହିଳାମାନଙ୍କୁ ମଝି ଦରିଆରେ ଭସାଇଦେଲେ | ଏମାନଙ୍କ କୁମ୍ଭୀର କାନ୍ଦଣା ଆଉ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।

ସରକାରକୁ ଆସିବା ପାଞ୍ଚ ମାସ ହେଲା, କିନ୍ତୁ ତା ପୂର୍ବରୁ ତ ଆପଣମାନେ ଥିଲେ କିନ୍ତୁ କାହିଁକି ତାଙ୍କୁ ଦରମା ଦେଇନାହାନ୍ତି। ବେବିନା ଇତିଶ୍ରୀଙ୍କ ସମୟରେ ତାଙ୍କ ସମ୍ବେଦନଶୀଳତା କୁଆଡ଼େ ଯାଇଥିଲା? ୨୪ ବର୍ଷ ଧରି ମା ମାନଙ୍କୁ ବ୍ୟବହାର କରି ରାଜନୀତି ରୁଟି ସେକିବା ଠିକ୍ ନୁହେଁ | ବିରୋଧୀ ଦଳ ନେତା ଗୃହ ବାହାରେ କହିବା ପୂର୍ବରୁ ନିଜେ କରୁଥିବା ଭୁଲ ସ୍ଵକାର କରନ୍ତୁ | ମହିଳାମାନଙ୍କୁ ମଝି ଦରିଆରେ ଭସାଇଦେଲେ | ଏମାନଙ୍କ କୁମ୍ଭୀର କାନ୍ଦଣା ଆଉ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ।
ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଆଠ ମାସ ହେଲାଣି, ସିଆରପି ଏମବିକେମାନେ ଦରମା ପାଇ ନାହାନ୍ତି | ଶୀତ କାକରରେ ବସିଛନ୍ତି | ସେମାନଙ୍କ କଥା ବିଚାର କରନ୍ତୁ | ସେମାନଙ୍କ ଦୁଃଖ ବୁଝନ୍ତୁ ସରକାର | ଏଗ୍ରିମେଣ୍ଟ ସରିଯାଇଛି ବୋଲି ସରକାର କହୁଛନ୍ତି | ରିନ୍ୟୁ କରିବାର ଆବଶ୍ୟକତା ଅଛି | ମିଶନ ଶକ୍ତିକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ସରକାର | ସୁଭଦ୍ରା ଟଙ୍କା ବାଣ୍ଟିଦେଲେ ସ୍ୱାବଲମ୍ବୀ ହେବେ ନାହିଁ ମହିଳା।

ଠିକ ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଡବଲ ଇଞ୍ଜିନ ସରକାର ତାଙ୍କ ପାଇଁ ଆଗେଇ ଆସିବା କଥା ଓ ତାଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି | ପୂର୍ବ ସରକାର ତ ଭୁଲ କରୁ ପଳାଇଲେ କ୍ଷମତାରୁ, ଆପଣ କାହିଁ ଭୁଲ କରୁଛନ୍ତି। ସେହି ମାଆମାନଙ୍କ ନ୍ୟାୟ ଦିଅନ୍ତୁ।

ସୌଜନ୍ୟ-ସମ୍ୱାଦ

Comments are closed.