uncategories

Animals can’t Jump: ଡେଇଁ ପାରୁନଥିବା ପ୍ରାଣୀଙ୍କ ବିଷୟରେ ଜାଣନ୍ତୁ…

ସଚରାଚରରେ ଏମିତି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଶାରୀରିକ ତଥା ଗଠନାତ୍ମକ ଦୃଷ୍ଟିରୁ ଭିନ୍ନ। ଭଗବାନଙ୍କ ସୃଷ୍ଟି ଆଗରେ ଆମେ ସଭିଏଁ ନାଚାର। କିଏ ଦେଖିପାରେନି ତ କିଏ ଶୁଣିପାରେନି, କିଏ କଥାକହିପାରେନି ତ କିଏ ଚାଲିପାରେନି। ଏମିତି ଭିନ୍ନ ଭିନ୍ନ ପ୍ରକାରର ମଣିଷ, ପଶୁପକ୍ଷୀ ଆଦି ରହିଛନ୍ତି ଆମ ଚାରିପାଖରେ।

ସଚରାଚରରେ ଏମିତି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଶାରୀରିକ ତଥା ଗଠନାତ୍ମକ ଦୃଷ୍ଟିରୁ ଭିନ୍ନ। ଭଗବାନଙ୍କ ସୃଷ୍ଟି ଆଗରେ ଆମେ ସଭିଏଁ ନାଚାର। କିଏ ଦେଖିପାରେନି ତ କିଏ ଶୁଣିପାରେନି, କିଏ କଥାକହିପାରେନି ତ କିଏ ଚାଲିପାରେନି। ଏମିତି ଭିନ୍ନ ଭିନ୍ନ ପ୍ରକାରର ମଣିଷ, ପଶୁପକ୍ଷୀ ଆଦି ରହିଛନ୍ତି ଆମ ଚାରିପାଖରେ। ଆଜି ସେମିତି କିଛି ପ୍ରାଣୀଙ୍କ ବିଷୟରେ ଜାଣିବା, ଯେଉଁମାନେ କେବେ ଡେଇଁପାରନ୍ତି ନାହିଁ।

ଡେଇଁ ପାରନ୍ତି ନାହିଁ କେଉଁମାନେ…

ଜଳହସ୍ତୀ:

ହିପୋପୋଟାମସ୍‌ ଆମ୍ଫିବିଅସ୍‌ ଶ୍ରେଣୀର ଏହି ପ୍ରାଣୀ ଆକାରରେ ବିଶାାଳକାୟ ଓ ବୃହତ୍‌ ଓଜନବିଶିଷ୍ଟ। ଏମାନଙ୍କ ଶରୀରର ଗଠନଶୈଳୀ ଢୋଲ ପରି। ଏମାନଙ୍କ ପାଟି ବିରାଟକାୟ ଆକାରରେ ଖୋଲିଥାଏ। ଦାନ୍ତଗୁଡ଼ିକ ମଧ୍ୟ ବଡ଼ବଡ଼। ଲୋମବିହୀନ ବିରାଟ ଶରୀରର ଅଧିକାରୀ ହେଉଛି ଜଳହସ୍ତୀ। ବୟଃପ୍ରାପ୍ତ ଜଳହସ୍ତୀର ଓଜନ ହାରାହାରୀ ୧୫୦୦ କେଜି ବା ୩୩୧୦ ପାଉଣ୍ଡ। ଏଣୁ ସାଧାରଣତଃ ଏହି ପ୍ରାଣୀ ଡେଇଁପାରେ ନାହିଁ।

 

ସ୍ଲଥ୍‌:

ମୂଳତଃ ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଉଥିବା ମଧ୍ୟମ ଆକାର ବିଶିଷ୍ଟ ଏକ ସ୍ତନ୍ୟପାୟୀ ପ୍ରାଣୀ। ଅତି ମନ୍ଥର ଗତି ପାଇଁ ସ୍ଲଥ୍‌ ପରିଚିତ, ଯାହାକୁ ଅତି ଅଳସୁଆ ପ୍ରାଣୀ ଭାବେ ମଧ୍ୟ ବିବେଚନା କରାଯାଏ। ଏହି ପ୍ରାଣୀର ଦୁଇଟି ଶ୍ରେଣୀ ରହିଛି। ଯଥା: ଦୁଇ ଆଙ୍ଗୁଳି ବିଶିଷ୍ଟ ‌ମେଗାଲୋନିକିଡାଏ ଓ ତିନି ଆଙ୍ଗୁଳି ବିଶିଷ୍ଟ ବ୍ରେଡିପୋଡିଡାଏ। ଏମାନେ ମୁଖ୍ୟତଃ ଶାକାହାରୀ ଓ ଗଛରେ ବସବାସ କରନ୍ତି। ପୂର୍ବରୁ ସମୁଦ୍ରରେ ପହଁରୁଥିବା ହାତୀପରି ବିଶାଳ ଶରୀରଧାରୀ ସ୍ଲଥ୍‌ମାନେ ଥିଲେ। ଯାହାକି ହଜାର ହଜାର ବର୍ଷ ତଳୁ ବିଲୁପ୍ତ ହୋଇସାରିଛନ୍ତି। ଯଦିଓ ଏମାନଙ୍କ ଶରୀରରେ ଯଥେଷ୍ଟ ଶକ୍ତି ରହିଛି ତଥାପି ଏବେର ସ୍ଲଥ୍‌ ଗଠନ ଅନୁସାରେ ଡେଇଁପାରନ୍ତି ନାହିଁ।

କଇଁଛ:

ଶାରୀରିକ ଗଠନ ଅନୁସାରେ କଇଁଛ ସାଧାରଣତଃ ଶାକାହାରୀ ଏବଂ ଏହା  ଡେଇଁପାରେ ନାହିଁ। ଭାରୀ ଶରୀର, ଛୋଟ ଓ ମୋଟା ଗୋଡ଼, ଶକ୍ତିଶାଳୀ ମାଂସପେଶୀ ଓ ଚପଳତାର ଅଭାବ ଯୋଗୁଁ କଇଁଛ ଧୀରେ ଧୀରେ ଗତି କରେ। ଏହାର ମାଂ‌ସପେଶୀଗୁଡ଼ିକ ଚାଲିବା ଲାଗି ଭୂଇଁ ଆଡ଼କୁ ଆକର୍ଷିତ କରିଥାଏ, ଡେଇଁବା ପାଇଁ ନୁହେଁ। କଇଁଛର ଭାରୀ ଶରୀର ଓ ଖୋଳପା ସଂପୂର୍ଣ୍ଣ ଶରୀରକୁ ଡେଇଁବା ପାଇଁ ଶକ୍ତି ଯୋଗାଇ ପାରେନାହିଁ। ଧୀରଗତିପୂର୍ଣ୍ଣ କଇଁଛକୁ ଡେଇଁବା ଦ୍ବାରା କୌଣସି ଶାରୀରିକ ଲାଭ ମିଳିବ ନାହିଁ। ସାଧାରଣତଃ ଭାରତରେ ଦେଖାଯାଉଥିବା କଇଁଛର ଓଜନ ୨୨୭-୨୫୦ କିଲୋଗ୍ରାମ୍‌ (୫୦୦-୨୫୦ ପାଉଣ୍ଡ)ରୁ ଅଧିକ ହୋଇଥାଏ। ଆକ୍ବାଟିକ୍‌ ଟର୍ଟଲ୍‌ ୨୦-୩୦ ବର୍ଷ ବଞ୍ଚିଥାଏ। କିନ୍ତୁ କିଛି ଶ୍ରେଣୀର ଟର୍ଟଲ୍‌ ଅଧିକ ବର୍ଷ ବି ବଞ୍ଚିଥାନ୍ତି। ସାଧାରଣଭାବେ କଇଁଛ ସବୁଠାରୁ ଅଧିକ ବର୍ଷ ବଞ୍ଚୁଥିବା ଜୀବ ଭିତରେ ଆସିଥାଏ। କିଛି ସନ୍ଦର୍ଭ ଅନୁସାରେ ଗୋଟିଏ ଗୋଟିଏ କଇଁଛ ୧୦୦ରୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି।

ଗଣ୍ଡା:

ରାଇନୋସରସ୍‌ ପରିବାରର ଏକ ବିଲୁପ୍ତ ଶ୍ରେଣୀ ହେଉଛି ରିନୋ ବା ଗଣ୍ଡା। ଓଜନ ଦୃଷ୍ଟିରୁ ଗଣ୍ଡାମାନେ ମୂଳତଃ ଏକ ଟନ୍‌ରୁ ଅଧିକ ହୋଇଥାନ୍ତି। ଏଣୁ ସେମାନେ ଡେଇଁପାରନ୍ତି ନାହିଁ, ଓଲଟା ଗଣ୍ଡାର ଚାଲିବା ଗତି ମନ୍ଥର। ଏହା ଶାକାହାରୀ ଓ ତୃଣଭୋଜି। ଗଣ୍ଡାର ବିଶାଳ ଶରୀର ତୁଳନାରେ ତା’ର ମୁଣ୍ଡ ଛୋଟ। ପାଖାପାଖି ୪୦୦ରୁ ୬୦୦ ଗ୍ରାମ୍‌। ଗୋଟିଏ ବା ଦୁଇଟି ଶିଙ୍ଗ ଥିବା ଗଣ୍ଡାର ଚର୍ମ ମୋଟା ଓ ଆବୁଆ ସଦୃଶ। ଆଫ୍ରିକୀୟ ଉପପ୍ରଜାତିର ଗଣ୍ଡାଙ୍କ ପାଟିର ଆଗପଟରେ ଦାନ୍ତ ନଥାଏ। ଏଣୁ ପତ୍ର ଛିଡ଼ାଇ ଖାଇବା ପାଇଁ ସେମାନେ ଓଠର ସହାୟତା‌ ନେଇଥାନ୍ତି। ତେବେ ‌ଔଷଧୀୟ ଗୁଣ ରହିଥିବାରୁ ଗଣ୍ଡାର ଶିଙ୍ଗ ଚୋରା ଚାଲାଣ ହୋଇଥାଏ। କଳାବଜାରରେ ୧ କିଲୋଗ୍ରାମ୍‌ ଗଣ୍ଡା ଶିଙ୍ଗର ଦାମ୍‌ ପ୍ରାୟ ୧ କେଜି ସୁନା ଦାମ୍‌ ସହିତ ସମାନ।

 

ଝିଙ୍କ:

ଝିଙ୍କ ଏକ ଶାକାହାରୀ ପ୍ରାଣୀ। ଏହାକୁ ଇଂରାଜୀରେ ‘ହାଇଷ୍ଟ୍ରିକ୍‌ ଇଣ୍ଡିକା’ କୁହାଯାଏ। ଝିଙ୍କ ହିଷ୍ଟ୍ରିକୋମର୍ଫ‌୍ ରୋଡେଣ୍ଟ୍‌ ପ୍ରଜାତିରୁ ଆସିଛନ୍ତି। ଏହା ଭାରତ, ନେପାଳ, ଶ୍ରୀଲଙ୍କା ସମେତ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସୀୟାରେ ଦେଖିବାକୁ ମିଳନ୍ତି। ଝିଙ୍କମାନେ ରାତିରେ ବେଶୀ ସକ୍ରିୟ ହୋଇଥାନ୍ତି। ଗଠନ ଅନୁସାରେ ଏମାନଙ୍କ ଶରୀର ୭୦-୯୦ ସେଣ୍ଟିମିଟର୍‌ ପର୍ଯ୍ୟନ୍ତ ବଢ଼ିଥା‌ଏ ଏବଂ ଓଜନ ୧୧ରୁ ୧୮ କିଲୋଗ୍ରାମ୍‌ ହୋଇଥାଏ। ଶରୀରରେ କଣ୍ଟା ଭଳି ଲୋମ ଭର୍ତ୍ତି ଥାଏ। ଛୋଟ ଶରୀର, ଛୋଟ ‌େଗାଡ଼ ପାଇଁ ଝିଙ୍କ କେବଳ ଜୋର୍‌ ଚାଲିପାରିଥାଏ; ହେଲେ ଏହା ଡେଇଁପାରେନି। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂସ୍ଥାନ (ଆଇୟୁସିଏନ୍‌) ଦ୍ବାରା ଏହାକୁ ବିଲୁପ୍ତ ଓ ଚିନ୍ତାଜନକ ଶ୍ରେଣୀରେ ଯୋଡ଼ାଯାଇଛି।

ଏଣ୍ଡୁଅ:

ଭାରତରେ ଦେଖାଯାଉଥିବା ଏଣ୍ଡୁଅ (କାମେଲେଓ ଜେଲାନିକ୍‌ସ) କାମେଲିଅନ୍‌ ପ୍ରଜାତିର। ପାରିପାର୍ଶ୍ବିକ ପରିସ୍ଥିତି ଓ ପରିବେଶରେ ‌ଏଣ୍ଡୁଅ ନିଜର ରଙ୍ଗ ବଦଳାଇଥାଏ। ଗଛରେ ରହୁଥିବା ଏହାର ଲମ୍ବା ଓ ଅଠାଳିଆ ଜିଭ ଥାଏ, ଯାହାକି ନିଜ ଶିକାର ଧରିବାରେ ସହାୟକ ହୋଇଥାଏ। ଏଣ୍ଡୁଅର ସରୁ ଲମ୍ବା ଗୋଡ଼ ତଥା ଦୁର୍ବଳ ମାଂସପେଶୀ ହୋଇଥିବାରୁ ଏହା ଡେଇଁପାରେ ନାହିଁ। ବରଂ ଧୀରେ ଧୀରେ ଝୁଲି ଝୁଲି ଯାଇଥାଏ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button