ଜାତୀୟ

Crude Oil Price Hike: ତେଲ ଦରରେ ନିଆଁ; ବ୍ରେଣ୍ଟ୍ ୧୦୧ ଡଲାର, ବଢ଼ିଲା ମହଙ୍ଗା ଭୟ

ନୂଆଦିଲ୍ଲୀ, ୧୦।୯: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ତେଜୁଥିବାବେଳେ ଏହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡ଼ିଛି । ବୁଧବାର ୧୦୦ ଡଲାର ପାର୍ କରିଯାଇଛି ବ୍ରେଣ୍ଟ୍ କ୍ରୁଡ୍ । ବ୍ୟାରେଲ ପିଛା ଏହା ୧୦୧.୧ ଡଲାର ଛୁଇଁଛି । ସେହିଭଳି ଡବ୍ଲ୍ୟୁଟିଆଇ କ୍ରୁଡ୍ ୯୬.୨୪ ଡଲାର ହୋଇଛି । ବର୍ଦ୍ଧିତ ଦର ଯୋଗୁ ଘରୋଇ ତୈଳ କମ୍ପାନିଗୁଡ଼ିକ ଏବେ ଚାପରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ସତ୍ତେ୍ୱ ଘରୋଇ ବଜାରରେ ଇନ୍ଧନ ଦର ଅପରିବର୍ତ୍ତିତ ଥିବାରୁ ଭାରତୀୟ ତୈଳ ରିଟେଲରମାନେ ଲିଟର ପିଛା ପେଟ୍ରୋଲରେ ୫ ଟଙ୍କା ଏବଂ ଡିଜେଲରେ ୨୩ ଟଙ୍କାର କ୍ଷତି ସହୁଛନ୍ତି । ତୈଳ ଦର ବୃଦ୍ଧି ଯୋଗୁ ଦେଶର ଆମଦାନି ବିଲ୍ ବଢ଼ିବା ସହ ଦରଦାମ ସ୍ଥିତି ଉତ୍କଟ ହେବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଇକ୍ରା ଲିମିଟେଡ୍ର ବରିଷ୍ଠ ଉପସଭାପତି ଏବଂ କୋ-ଗ୍ରୁପ୍ ହେଡ୍(କର୍ପୋରେଟ ରେଟିଙ୍ଗ୍ସ) ପ୍ରଶାନ୍ତ ବଶିଷ୍ଟ କହିଛନ୍ତି, ଇରାନ ଏବଂ ଆମେରିକା ମଧ୍ୟରେ ଅଶାନ୍ତି ବଢ଼ିବା ଫଳରେ ବ୍ରେଣ୍ଟ୍ କ୍ରୁଡ୍ ୧୦୦ ଡଲାର ଉପରକୁ ଚାଲିଯାଇଛି । ଭାରତୀୟ ବାସ୍କେଟ୍ରେ ଏହା ପାଖାପାଖି ୧୦୯ ଡଲାରକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକ ଲିଟର ପିଛା ପେଟ୍ରୋଲ ବିକ୍ରିରେ ୫ ଟଙ୍କା, ଡିଜେଲ ବିକ୍ରିରେ ୨୩ ଟଙ୍କା ଏବଂ ସିଲିଣ୍ଡର ପିଛା ଘରୋଇ ଏଲ୍ପିଜି ବିକ୍ରିରେ ୨୦୦ ଟଙ୍କା କ୍ଷତି ସହୁଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button