ସମ୍ବଲପୁର: ରାଜ୍ୟ ବର୍ତ୍ତମାନ ଡବଲ୍ ଇଞ୍ଜିନ୍ରେ ଚାଲିଛି, କିନ୍ତୁ ଆଇନଜୀବୀମାନଙ୍କ ସିଙ୍ଗଲ୍ ଇଞ୍ଜିନ୍ ଚାଲିବା ଆରମ୍ଭ ହେଲା। ପୂର୍ବରୁ ରାଜ୍ୟରେ ଦୁଇଗୋଷ୍ଠୀ ଥିବା ଓକିଲ ସଂଘ ବର୍ତ୍ତମାନ ଏକ ହୋଇଛି। ଏବେ ଓକିଲମାନଙ୍କ ସମସ୍ୟା ସମାଧାନର ବାଟ ଫିଟିପାରିବ ବୋଲି ଓଡ଼ିଶା ହାଇକୋର୍ଟର ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଭି. ନରସିଂହ କହିଛନ୍ତି। ମଙ୍ଗଳବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ (ଆଓଲା)ର ୫୪ତମ ବାର୍ଷିକ ସମ୍ମିଳନୀ ଉଦ୍ଯାପନୀ ଦିବସରେ ଯୋଗ ଦେଇ ନ୍ୟାୟମୂର୍ତ୍ତି ଶ୍ରୀ ନରସିଂହ କହିଲେ, ବର୍ତ୍ତମାନ ଆମମାନଙ୍କୁ ଏକ ହୋଇରହିବା ସହିତ ସୁପ୍ରିମକୋର୍ଟରେ ଓଡ଼ିଆଙ୍କ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା କରିବା ଏବଂ ଓକିଲାତି କ୍ଷେତ୍ରରେ ମହିଳାମାନଙ୍କୁ ସୁଯୋଗ ଦେବା ଦିଗରେ କାମ କରିବା ଉଚିତ।

