Intra-state: ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ, ବାସନ୍ତୀ କଲୋନିରୁ କିଙ୍ଗପିନ୍ ରତନ ସ’ ଗିରଫ
ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର...

ରାଉରକେଲା: ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ କରିଛି ରାଉରକେଲା ପୁଲିସ। ଏହି ମାମଲାର କିଙ୍ଗ୍ପିନ୍ ବାସନ୍ତୀ କଲୋନି ଡିଏଲ୍/୩୦୪ର ରତନ କୁମାର ସ’ (୫୮)କୁ ଗିିରଫ କରାଯାଇଥିବାବେଳେ ଏକାଧିକ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତଠାରୁ ଗୋଟିଏ ୩୨ ବୋର୍ ପିସ୍ତଲ (ୱେବ୍ଲି ଆଣ୍ଡ ସ୍କଟ୍), ୨୫ଟି ଗୁଳି ଓ ୨ଟି ନକଲି ବନ୍ଧୁକ ଲାଇସେନ୍ସ ସହ ମୋବାଇଲ୍ ଜବତ କରାଯାଇଛି। ସେହିଭଳି ଲାଇସେନ୍ସ ଅବଧି ଶେଷ ହୋଇଯିବା ପରେ ବନ୍ଧୁକ ରଖିଥିବା ୨ ଭାଇଙ୍କୁ ପଚରାଉଚରା କରାଯିବା ସହ ଉଭୟଙ୍କଠାରୁ ୨ଟି ରିଭଲଭର୍, ୧୦ଟି ଗୁଳି ଜବତ କରାଯାଇଛି। ଏ ସଂପର୍କରେ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି।




