ଜାତୀୟ

Two Countries Restrict American Entry: ଟ୍ରମ୍ପଙ୍କୁ ଜବାବ ଦେଲେ ଏହି ଦୁଇ ଦେଶ, ପ୍ରବେଶ କରିପାରିବେନି ଆମେରିକୀୟ

ଆମେରିକୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲେ ୨ଦେଶ। ଟ୍ରମ୍ପଙ୍କୁ ଦେଲେକଡ଼ା ଜବାବ। ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶର ନାଗରିକଙ୍କ ଆମେରିକା ପ୍ରବେଶକୁ କଡ଼ାକଡ଼ି କରିବା ଆରମ୍ଭ କରିଥିଲେ।

ନୂଆଦିଲ୍ଲୀ: ଆମେରିକୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲେ ୨ଦେଶ। ଟ୍ରମ୍ପଙ୍କୁ ଦେଲେକଡ଼ା ଜବାବ। ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶର ନାଗରିକଙ୍କ ଆମେରିକା ପ୍ରବେଶକୁ କଡ଼ାକଡ଼ି କରିବା ଆରମ୍ଭ କରିଥିଲେ। ଟ୍ରମ୍ପ କିଛି ଦେଶର ନାଗରିକଙ୍କ ଆମେରିକା ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲେ ଏବଂ କିଛି ଦେଶର ନାଗରିକଙ୍କ ପାଇଁ ପ୍ରବେଶ ନିୟମକୁ କଡ଼ାକଡ଼ି କରିଥିଲେ। ଟ୍ରମ୍ପଙ୍କ ଏହି କାର୍ଯ୍ୟର ଜବାବ ଏବେ ମିଳିବା ଆରମ୍ଭ ହୋଇଛି। ଦୁଇଟି ଦେଶ ଆମେରିକୀୟ ନାଗରିକଙ୍କ ପ୍ରବେଶକୁ ନିଷେଧ କରିଛନ୍ତି।

ବୁର୍କିନା ଫାସୋ ଏବଂ ମାଲି ଦେଲେ ବଡ଼ ନିଷ୍ପତ୍ତି

୨ଦେଶ; ବୁର୍କିନା ଫାସୋ ଏବଂ ମାଲି ଆମେରିକୀୟ ନାଗରିକଙ୍କ ପ୍ରବେଶ ନିଷେଧ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ୩୯ଟି ଦେଶର ନାଗରିକଙ୍କ ଉପରେ ଲାଗୁ କରାଯାଇଥିବା ଯାତ୍ରା ନିଷେଧ ପରେ ଏହି ପଦକ୍ଷେପ ନିଆଯାଇଛି। ଟ୍ରମ୍ପ ଯେଉଁ ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ନେଇ ନିଷେଧ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା ଏବଂ କାନାଡାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ।

ଆମେରିକା ପାଇଁ ସମାନ ନିୟମ ଲାଗୁ କରିବୁ

ବୁର୍କିନା ଫାସୋର ବୈଦେଶିକ ମନ୍ତ୍ରୀ କରାମୋ ଜିନ୍ ମାରି ତ୍ରାଓରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକୀୟ ନାଗରିକଙ୍କ ପ୍ରବେଶ ପାଇଁ ସମାନ ନିୟମ ଲାଗୁ କରିବୁ ଯେପରି ଆମେରିକା ଆମ ନାଗରିକଙ୍କ ପାଇଁ କରିଛି। ମାଲିର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏକ ବିବୃତି ଜାରି କରି ଦେଶରେ ଆମେରିକୀୟ ନାଗରିକଙ୍କ ପ୍ରବେଶ ପାଇଁ ସମାନ ସର୍ତ୍ତାବଳୀ ଘୋଷଣା କରିଛି ଯେପରି ଆମେରିକା ପ୍ରଶାସନ ମାଲିର ନାଗରିକଙ୍କ ପାଇଁ କରିଛି।

ଏହି ଦେଶ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା

ଯେଉଁ ଦେଶଗୁଡ଼ିକର ନାଗରିକମାନଙ୍କ ପ୍ରବେଶ ଉପରେ ଆମେରିକା କଟକଣା ଲଗାଇଛି ସେମାନଙ୍କ ମଧ୍ୟରେ ସିରିଆ, ପାଲେଷ୍ଟାଇନ, ନାଇଜର, ସିଏରା ଲିଓନ ଏବଂ ଦକ୍ଷିଣ ସୁଡାନ ଭଳି ଗରିବ ଦେଶ ଅନ୍ତର୍ଭୁକ୍ତ। ସେନେଗାଲ ଏବଂ ଆଇଭୋରି କୋଷ୍ଟର ନାଗରିକମାନଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଟ୍ରମ୍ପ ପ୍ରଶାସନ କହିଛି ଯେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ। କିନ୍ତୁ ପ୍ରଶଂସକମାନଙ୍କ ସମ୍ପର୍କରେ ଏପରି କୌଣସି ଘୋଷଣା କରାଯାଇ ନାହିଁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button