ଅପରାଧ

Love & Firing: ପ୍ରେମ ପାଇଁ ଫୁଟିଲା ଗୁଳି, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେପାସାହି ଗାଁରେ। ଗାଁରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଥିଲା। ଯାହା ଫଳରେ ଆଜି ଏକ ବୈଠକ ଗାଁରେ ଆୟୋଜନ କରଯାଇଥିଲା।

ପାରଳାଖେମୁଣ୍ଡି (ସୁଜିତ୍‌ ବିଷୋୟୀ):ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତିଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେପାସାହି ଗାଁରେ। ଗାଁରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କକୁ ନେଇ ବିବାଦ ଲାଗି ରହିଥିଲା। ଯାହା ଫଳରେ ଆଜି ଏକ ବୈଠକ ଗାଁରେ ଆୟୋଜନ କରଯାଇଥିଲା।

ଗାଁର ଲାଜର ପ୍ରଧାନ ନାମକ ଯୁବକ ଏକ ତରଫା ପ୍ରେମ କରି ଜଣେ ଝିଅଙ୍କୁ ବଳପୂର୍ବକ କିଛି ଦିନ ତଳେ ଉଠାଇ ନେଇଥିଲା। ପରିବାର ଲୋକେ ଝିଅକୁ ଖୋଜାଖୋଜି କରି ଆଣି ଅନ୍ୟତ୍ର ବିବାହ କରାଇଥିଲେ। କିଛି ଦିନ ପରେ ଯେତେବେଳେ ଝିଅ ନିଜ ବାପଘରକୁ ଆସିଥିଲେ, ଏହାର ସୁଯୋଗ ନେଇ ପୁଣି ଥରେ ଲାଜର ଉଠାଇ ନେବାକୁ ଚେଷ୍ଟା କରିଥିଲା। ଲାଜର ପୁଣି ଝିଅକୁ ବଳପୂର୍ବକ ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା।

ମୁଖ୍ୟ ଅଭିଯୁକ୍ତ ଫେରାର

ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁରେ ଏକ ବୈଠକ କରାଇଥିଲେ। ହେଲେ ସେହି ସମୟରେ ଲାଜର ପ୍ରଧାନଙ୍କ ବଡ଼ଭାଇ ସନ୍ତୋଷ ପ୍ରଧାନ ହଠାତ୍‌ ଏକ ପିସ୍ତଲରେ ଗୁଳିକାଣ୍ଡ ଘଟାଇଥିଲା। ଫଳରେ ଅନିଲ କୁମାର କରାଡ ନାମକ ଯୁବକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ସଙ୍ଗେସଙ୍ଗେ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସା ପରେ ଗୋଡ଼ରେ ଗୁଳି ରହିଥିବା ହେତୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଜର ପ୍ରଧାନଙ୍କ ସହ ପିସ୍ତଲକୁ ଜବତ କରିଛି। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗୁଳିକାଣ୍ଡ ଘଟାଇଥିବା ଲାଜର ପ୍ରଧାନର ବଡ଼ଭାଇ ସନ୍ତୋଷ ପ୍ରଧାନଙ୍କୁ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରିନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button