ଭୁବନେଶ୍ବର ‘ବି’ ଡିଭିଜନ୍ ଲିଗ୍: କଳିଙ୍ଗ ସ୍ପୋର୍ଟିଂ ବିଜେତା
ଗତିକୃଷ୍ଣ ପଣ୍ଡା ସ୍ମାରକୀ ଭୁବନେଶ୍ବର ‘ବି’ ଡିଭିଜନ୍ ଫୁଟ୍ବଲ୍ ଲିଗ୍ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ କଳିଙ୍ଗ ସ୍ପୋର୍ଟିଂ ପେନାଲ୍ଟି ସୁଟ୍ଆଉଟ୍ ୫-୩ (୦-୦)ରେ ମୁକ୍ତେଶ୍ବର କ୍ଲବ୍କୁ ପରାସ୍ତ କରି ବିଜେତା ହୋଇଛି।
ଭୁବନେଶ୍ବର: ଗତିକୃଷ୍ଣ ପଣ୍ଡା ସ୍ମାରକୀ ଭୁବନେଶ୍ବର ‘ବି’ ଡିଭିଜନ୍ ଫୁଟ୍ବଲ୍ ଲିଗ୍ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ରେ କଳିଙ୍ଗ ସ୍ପୋର୍ଟିଂ ପେନାଲ୍ଟି ସୁଟ୍ଆଉଟ୍ ୫-୩ (୦-୦)ରେ ମୁକ୍ତେଶ୍ବର କ୍ଲବ୍କୁ ପରାସ୍ତ କରି ବିଜେତା ହୋଇଛି। ଗଣେଶ ସିଦ୍ଧୁ ଫାଇନାଲ୍ର ଶ୍ରେଷ୍ଠ, ଶିବରାମ ମୁର୍ମୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଗତିକୃଷ୍ଣ ପଣ୍ଡାଙ୍କ ଦୁଇ ସୁପୁତ୍ର ବିଷ୍ଣୁ ପ୍ରସାଦ ପଣ୍ଡା, ଶିବ ପ୍ରସାଦ ପଣ୍ଡା, ୟୁନିଟ୍-୬ ଆଥଲେଟିକ୍ ଆସୋସିଏସନ୍ ସଭାପତି ତପନ ମହାନ୍ତି, ବିଏଏ ସଭାପତି ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ।
ପ୍ରଶିକ୍ଷକ ରାଜକମଲ ମଣ୍ଡଳ, ବିଏଏ ଫୁଟ୍ବଲ୍ ସମ୍ପାଦକ ଦିଲୀପ କୁମାର ଦାସ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ରେଫରି ସୁଜିତ ପାତ୍ର, ଶିବ ପ୍ରସାଦ ସାମନ୍ତରାୟ, ଚନ୍ଦ୍ରକାନ୍ତ ବାରିକ, ଆଲୋକ ଦେହୁରୀ ଏହି ଫାଇନାଲ୍ ମ୍ୟାଚ୍କୁ ପରିଚାଳନା କରିଥିଲେ। ସମସ୍ତ ୧୪ ଜଣ ରେଫରିଙ୍କୁ ବିଏଏ ଉପାଧ୍ୟକ୍ଷ ରାଧାମାଧବ ମହାପାତ୍ର, ଭାଗ୍ୟଧର ଜଗଦ୍ଦେବ, କୋଷାଧ୍ୟକ୍ଷ ରଘୁନାଥ ପଣ୍ଡା, ସଦସ୍ୟା ମିନତି ସାହୁ, ରଜତ ବଲ୍ଲଭ ଦାସ, ପ୍ରିୟନାଥ ମିଶ୍ର, ଗିରିଜା ଶଙ୍କର ଦାସ ସମ୍ମାନିତ କରିଥେିଲ।
ସୌଜନ୍ୟ-ସମ୍ୱାଦ
Comments are closed.