ମନୋରଞ୍ଜନ

ଯାତ୍ରାକୁ ଫେରିଲେ ବ୍ୟାଡ ବୟ ପୀୟୂଷ ତ୍ରିପାଠୀ, ନାଟକ ‘ତୁ ମୋ ବଜରଙ୍ଗି’ରେ କଲେ ଦମଦାର ଏଣ୍ଟ୍ରି

ଚଣ୍ଡିଖୋଲ: ସେତେବେଳେ ବିବାଦ ଥିଲା, କିନ୍ତୁ ଏବେ ବାସ୍ତବତା। ସେତେବେଳେ ଚୁକ୍ତି ଭାଙ୍ଗିଥିଲେ, କିନ୍ତୁ ଏବେ ସେ ପୁଣି ଫେରିଲେ ସେଇ ଚକ୍ମକ୍ ଚେହେରାରେ, ଚିକ୍ମିକ୍ ଆଲୁଅର ମଞ୍ଚକୁ। କିଏ କହିଲା ସେ ଜଲିଉଡ୍ ଜୀବନରେ ଜବନିକା ପକାଇଲେ, ଆଉ କିଏ କହିଲା ଯାତ୍ରା ତାକୁ ଠେଲି ଦେଇଛି ଅନ୍ଧାରକୁ। କିନ୍ତୁ ତାଙ୍କ ଯାଦୁଗରୀ ଅଭିନୟର କ୍ରେଜ୍ ତାକୁ ପୁଣି ଫେରାଇଛି ଜଲିଉଡ୍ ପେଣ୍ଡାଲକୁ। ସମସ୍ତେ କହିଲେ ସେ ହାରିଗଲେ, କିନ୍ତୁ ନା କେବେ ସେ ହାରିଛି ନା ହାରିବାର ଭୟ ତା ପାଖରେ ଅଛି। ସେଥିପାଇଁ ସେ ହାଇଦର୍, ସେ ହରିଶଙ୍କର। ସେ ପୁଣି ଫେରିଛି, ସାର୍ଫି ଆଲୁଅରେ, ସାଇକ୍ଳୋମା ପେଣ୍ଡାଲରେ ବଜାର ରଖିବ ତାର କାଟ୍ତୀ। କିଏ କହେ ତାକୁ ଅଧା ରାତିର ସାଥି ତ ଆଉ କିଏ କହେ ହରିଶଙ୍କର ତ୍ରିପାଠୀ। କିନ୍ତୁ ସେ ସମସ୍ତଙ୍କ ଆପଣାର ପିୟୁଷ ତ୍ରିପାଠୀ।

ଆଇନା ଆଗରେ ବସି ସେ ପୁଣି ମୁହଁରେ ବୋଳିରଙ୍ଗ ରଙ୍ଗ, କାହିଁକି ନା ବହୁତ ଦିନର ପ୍ରତିକ୍ଷା ପରେ ମେନ୍ ଷ୍ଟେଜ୍ ଅପେକ୍ଷା କରିଛି ଏହି ଅପ୍ରତ୍ୟଦ୍ବନ୍ଦୀ ଅଭିନେତାଙ୍କୁ। ଏଥର ହିସାବ କରିବ, ଜବାବ ଦେବ, ବଜରଙ୍ଗୀର ଭକ୍ତ ସାଜି ସେ ଦେବେ ତା’ କଳାର ଦାମ, ମଞ୍ଜ ଉପରେ ତାର ଭୁମିକା ରାମ୍।

ଯାତ୍ରା ବିବାଦ ପରେ ଦୀର୍ଘ ଦିନ ପରେ ଅଭିନେତା ପୀୟୂଷ ତ୍ରିପାଠୀ ଙ୍କୁ ଦେଖିବାକୁ ମିଳିଲା ଯାତ୍ରା ମଞ୍ଚ ରେ। ଚଣ୍ଡିଖୋଲ ସିଣ୍ଡିକେଟ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ ନୂତନ ନାଟକ ତୁ ମୋ ବଜରଙ୍ଗି ନାଟକରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି। ପୀୟୂଷ ତ୍ରିପାଠୀଙ୍କୁ ଚଣ୍ଡିଖୋଲ ଛକ ରେ କମିଟି ପକ୍ଷରୁ ସ୍ବାଗତ କରାଯାଇ ଥିଲା। ସେଠାରୁ ଏକ ରାଳି ଶୋଭାଯାତ୍ରାରେ ଯାତ୍ରା ମଞ୍ଚ ପାଖକୁ ଯାଇ ଥିଲେ ପୀୟୂଷ ତ୍ରିପାଠୀ।

ପୀୟୂଷ ତ୍ରିପାଠୀଙ୍କ ଅଭିନୟ ଦେଖିବା ଦର୍ଶକ ଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକ ଭିତରେ ଯାତ୍ରା ମଞ୍ଚ ରେ ନିଜ ଅଭିନୟ ଦେଖାଇ ଦର୍ଶକ ଙ୍କ ମନ ଜିଣି ଥିଲେ ପୀୟୂଷ। ପୂର୍ବ ଭଳି ଦର୍ଶକ ମାନେ ଯେଉଁ ଭଳି ଭଲପାଇବା ଦେଇଛନ୍ତି ନୂଆ ନାଟକ ରେ ମଧ୍ୟ ଦର୍ଶକ ଙ୍କ ସେହିଭଳି ଭଲପାଇବା ମିଳିବ ବୋଲି ଆଶାବାଦୀ ସିଂହବାହିନୀର ସର୍ବେସର୍ବା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button