Accident 2 Young Men Death ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ସ୍କୁଟି ଆରୋହୀଙ୍କ ଜୀବନ

ଖୋର୍ଦ୍ଧା: ଜାତୀୟ ରାଜପଥରେ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ। ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ଦଧିମାଛଗାଡ଼ିଆ ଛକ ନିକଟରେ। ଦୁଇ ମୃତକଙ୍କ ପରିଚୟ ମିଳିଛି। ସେମାନେ ବାଣପୁର ଅଞ୍ଚଳର ବୋଲି ଥାନା ଅଧିକାରୀ ବାସୁଦେବ ଜୟସିଂହ କହିଛନ୍ତି। ତେବେ ଦୁହେଁ  ହେଉଛନ୍ତି ବାଣପୁର ସାନହନ୍ତୁଆଡ ଗାଁର ବାସୁଦେବ ବରାଳଙ୍କ ପୁଅ ବିକାଶ ବରାଳ(୨୦) ଓ ସୁଦାମ ସୁନ୍ଦରାୟଙ୍କ ପୁଅ ଶୁଭାଂଶୁ ସୁନ୍ଦରାୟ(୨୧) ବୋଲି ସୂଚନା ରହିଛି।

ବାଣପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ ଦୁଇ ମୃତକ

ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ସ୍କୁଟି ଯୋଗେ ବାଣପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲେ। ଦୁହେଁ ପରୀକ୍ଷା ଦେବାକୁ ଯାଉଥିଲେ। ଅଜଣା ଗାଡ଼ିଟି ସାମ୍ନାପଟୁ ସ୍କୁଟିକୁ ପିଟିଥିବାର ଅନୁମାନ କରାଯାଉଛି। ଏହାଫଳରେ ଘଟଣାସ୍ଥଳରେ ଉଭୟଙ୍କର ପ୍ରାଣହାନି ଘଟିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସୌଜନ୍ୟ ସମ୍ବାଦ