Young Man Kills Cousin ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ବଡ଼ ବାପା ପୁଅ ଟାଙ୍ଗିଆ ଚୋଟରେ ସାନ ବାପା ପୁଅର ଜୀବନ ଗଲା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ବଡନାଗଝରି ଗ୍ରାମରେ ବଡ଼ ବାପା ପୁଅ ସାନ ବାପା ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛିI
 ଅଭିଯୁକ୍ତ ଥାନାରେ ଅଟକ

ସୂଚନାରୁ ଜଣାପଡ଼ିଛି, ଆଜି ଦିନ ୧୦ଟା ବେଳେ ବଡନୁନା କଚିମ୍ ନିଜ କାନ୍ଦୁଲ ଚାଷ ଦେଖିବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ବିଶ୍ବମ୍ବର କଚିମ ଏକ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ । ଅମ୍ବାଦଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିବା ବିଶ୍ବମ୍ବରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି I ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ଯାଇଛି I

ସୌଜନ୍ୟ ସମ୍ବାଦ