ଓଡିଶାରାଜନୀତି

ଅରବିନ୍ଦ ଢାଲିଙ୍କ ରାଜ୍ୟସଭା ମୋହ, କହିଲେ ସମସ୍ତଙ୍କ ପରି ମୁଁ ବି ଆଶାୟୀ…

ଭୁବନେଶ୍ୱର ୧୦।୦୧ : ରାଜ୍ୟସଭା ରେସ ଅରବିନ୍ଦ ଢାଲି । ଆଉ କେହି କହୁନାହାନ୍ତି ବରଂ ସେ ଖୋଦ ଗଣମାଧ୍ୟମ ଆଗରେ କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ନେଇ ଆଶା ସମସ୍ତଙ୍କର ଥାଏ । ସେହି ହିସାବରେ ମୁଁ ବି ଆଶାୟୀ । ଦଳ ଯଦି ମୋତେ ପଠାଏ, ତେବେ ମୁଁ କାହିଁକି ମନା କରିବି । ମୁଁ ଦଳର ଜଣେ ବରିଷ୍ଠ ନେତା, ଆରମ୍ଭରୁ ଦଳରେ ରହିଛି । ତେଣୁ ଦଳ ଯଦି ମୋ ଉପରେ ଖୁସି ଥିବ । ତେବେ ଦଳ ମୋତେ ପଠାଇବ । ରାଜ୍ୟସଭା ପାଇଁ ଉପଯୁକ୍ତ ମନେ କରିବ, ତେବେ ଦଳର ନିଷ୍ପତ୍ତିକୁ ଗ୍ରହଣ କରିବି । କିନ୍ତୁ ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ହିଁ ହେବ । ବିଜେପି ଏକ ସାଂଗଠନିକ ଦଳ, ବିଜେପିରେ ବରିଷ୍ଠ ନେତା କହିବେ ହିଁ କିଏ ଯିବ ରାଜ୍ୟସଭା ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button