ଓଡିଶା

ସ୍କୁଲରେ କ’ଣ ପାଇଁ ଜଣ୍ଡିସ୍ ବ୍ୟାପୁଛି ହେବ ତଦନ୍ତ, ଆବଶ୍ୟକ ପଡିଲେ ଲାଗିବ ଆକ୍ଵାଗାର୍ଡ

ଭୁବନେଶ୍ବର ୧୩।୧: ସ୍କୁଲରେ କ’ଣ ପାଇଁ ଜଣ୍ଡିସ୍ ବ୍ୟାପୁଛି ସେ ନେଇ ତଦନ୍ତ ହେବ । ଆବଶ୍ୟକ ପଡିଲେ ସ୍କୁଲରେ ଆକ୍ଵାଗାର୍ଡ ଲାଗିବ । ଜଣ୍ଡିସ୍‌ ବ୍ୟାପିବାର କାରଣ ଖୋଜିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମନ୍ତ୍ରୀ କହିଛନ୍ତି, ଜଣ୍ଡିସ୍ ବ୍ୟାପିବା ଚିନ୍ତାର ବିଷୟ । ଏହାର କାରଣ କ’ଣ ଜାଣିବା ଏବଂ ନିରାକରଣର ଆବଶ୍ୟକତା ରହିଛି । ଗନ୍ଦିଆ ବ୍ଲ ଓଏଭିରେ ଦୁଇ ଜଣ ପିଲା ଆକ୍ରାନ୍ତ ଅଛନ୍ତି, ସେମାନଙ୍କ ଚିକିତ୍ସା ଚାଲିଛି । ଆବଶ୍ୟକ ପଡିଲେ ସ୍ୱାସ୍ଥ୍ୟ ବିଭାଗର ସାହାଯ୍ୟ ନିଆଯିବ ଜଣ୍ଡିସର ନିରାକରଣ ପାଇଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ଏହାକୁ ବିଭାଗ ଗୁରୁତର ସହିତ ନେଇ ନିରାକରଣ ପନ୍ଥା ବାହାର କରୁଛି । ଆବଶ୍ୟକ ପଡିଲେ ସ୍କୁଲରେ ଆକ୍ଵାଗାର୍ଡ ଲାଗିବ । ଜଣ୍ଡିସ୍ ନିରାକରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ହାତକୁ ନେବ ଗଣଶିକ୍ଷା ବିଭାଗ । ସ୍କୁଲରେ କ’ଣ ପାଇଁ ଜଣ୍ଡିସ୍ ହେଉଛି ସେ ନେଇ ତଦନ୍ତ ହେବ । ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିବ, ସମସ୍ତେ ସତର୍କତା ଅବଲମ୍ବନ କରିବେ । କେଉଁ ସ୍ଥାନରେ ଜଣ୍ଡିସ୍ ବ୍ୟାପୁଛି ତାର କାରଣ ଖୋଜିବେ ଏବଂ ଏହାର ନିରାକରଣ କରିବେ ବୋଲି ମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ନବୋଦୟ ସ୍କୁଲରେ ବ୍ୟାପିଥିଲା ଜଣ୍ଡିସ୍ । ୫୦ ପାଖାପାଖି ଛାତ୍ରଛାତ୍ରୀ ଓ ୨ ସ୍କୁଲ ଷ୍ଟାଫ୍ ଆକ୍ରାନ୍ତ ହୋଇଥିବା ଖବର ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପରେ ଢ଼େଙ୍କାନାଳରେ ମଧ୍ୟ ଜଣ୍ଡିସ୍ ବ୍ୟାପିଥିଲା । ଢ଼େଙ୍କାନାଳ ଗଁଦିଆ ବିଶ୍ବନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ହୋଇଥିଲା । ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବୀକାର କରିଛନ୍ତି ସିଡିଏମଓ । ଜିଲ୍ଲାପାଳଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଛି ।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button