ଅପରାଧ

ଯୁବକଙ୍କ ରାକ୍ଷସ ରୂପ: ମାଆ-ଭଉଣୀଙ୍କୁ ଛେଚି ଛେଚି ମାରିଲା, ସର୍ବସମ୍ମୁଖରେ ଭେଜା ଖାଇଗଲା

ଲକ୍ଷ୍ନୌ: ରାକ୍ଷସ ପାଲଟିଲା ପୁଅ। ପ୍ରଥମେ ମାଆକୁ ପଥର ଛେଚି ହତ୍ୟା, ପରେ ଭେଜାକୁ ଖାଇଗଲା। ଏହି ବିଭତ୍ସ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୁଶୀନଗରରେ। ଜଣେ  ବର୍ଷୀୟ ଯୁବକ ତାଙ୍କ ମାଆ ଏବଂ ସ୍ତ୍ରୀଙ୍କୁ ଘରର ଛାତ ଉପରେ ପିଟି ପିଟି ହତ୍ୟା କରିଛି। ଇଟାରେ ସେମାନଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ସେମାନଙ୍କ ଖପୁରୀର ମାଂସ ଚୋବାଇ ଦେଇଥିଲେ। ଗାଁ ଏତେ ଭୟଭୀତ ହୋଇଯାଇଥିଲେ, କେବଳ ଦେଖଣାହାରୀ ସାଜିଥିଲେ, ପାଖ ମାଡୁନଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ସିକନ୍ଦର ଗୁପ୍ତା (୩୦)। ମୁମ୍ବାଇରେ ଶ୍ରମିକ ଭାବରେ କାମ କରୁଥିଲେ। ପ୍ରାୟ ଗୋଟିଏ ମାସ ପୂର୍ବରୁ ଗାଁକୁ ଫେରିଥିଲେ। ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ସିକନ୍ଦର ମଦ୍ୟପାନ ଏବଂ ଗଞ୍ଜେଇ ନିଶା ସେବନ କରୁଥିଲା। ସେ ପ୍ରାୟତଃ ତାଙ୍କ ସ୍ତ୍ରୀ ଏବଂ ମା’ଙ୍କୁ ଆକ୍ରମଣ କରୁଥିଲା, ପ୍ରାୟତଃ ସେମାନଙ୍କୁ ହତ୍ୟା ଧମକ ଦେଉଥିଲା।

ପୋଲିସ କହିଛି ଯେ ସିକନ୍ଦର ପ୍ରଥମେ ତାଙ୍କ ଘରର ଛାତ ଉପରେ ତାଙ୍କ ସ୍ତ୍ରୀ ପ୍ରିୟଙ୍କା (୨୮) ଏବଂ ମାଆ ରୁନା ଦେବୀ (୬୦)ଙ୍କୁ ବାଡ଼ିରେ ଆକ୍ରମଣ କରିଥିଲା। ତା’ପରେ ସେ ଏକ ସିମେଣ୍ଟ ଇଟା ଉଠାଇ ବାରମ୍ବାର ସେମାନଙ୍କ ମୁଣ୍ଡକୁ ପିଟିଥିଲା। ଘଟଣାସ୍ଥଳେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ସେ ମୃତଦେହଗୁଡ଼ିକୁ ବିକୃତ କରିଦେଇଥିଲା। ସେମାନଙ୍କ ଖପୁରୀରୁ ମାଂସ ବାହାର କରି ଗାଁ ଲୋକଙ୍କ ସମ୍ମୁଖରେ ଖାଇଚାଲିଥିଲା।

କୁଶିନଗର ପୋଲିସ ଏସପି କହିଛନ୍ତି, “ଡବଲ ମର୍ଡରର ଏକ ମାମଲା ରୁଜୁ କରାଯାଇଛି, ଏବଂ ଅଭିଯୁକ୍ତଙ୍କ ମାନସିକ ଅବସ୍ଥା ମଧ୍ୟ ଯାଞ୍ଚ କରୁଛି।” ଗୁଜରାଟର ନ୍ୟାସନାଲ ଫୋରେନସିକ୍ ସାଇନ୍ସ ୟୁନିଭରସିଟି (NFSU) ରାଜ୍ୟ ପୋଲିସ ବାହିନୀକୁ ସହାଯ୍ୟ କରିବେ। ବିଶେଷଜ୍ଞ ଅଶୋକ ଶ୍ରୀବାସ୍ତବ କହିଛନ୍ତି ଯେ କୁଶୀନଗର ଘଟଣା ଭଳି ନରଭକ୍ଷ୍ୟ ସମ୍ପର୍କିତ କାର୍ଯ୍ୟ ପ୍ରବୃତ୍ତି ଗଭୀର ମାନସିକ ଆଘାତ ଏବଂ କିଛି କ୍ଷେତ୍ରରେ ସ୍ନାୟୁଗତ କାରଣ ଦ୍ୱାରା ଚାଳିତ ଚରମ ମାନସିକ ବିକୃତିକୁ ପ୍ରତିଫଳିତ କରେ।

ଲକ୍ଷ୍ନୌର ବରିଷ୍ଠ କ୍ଲିନିକାଲ୍ ମନସ୍ତତ୍ତ୍ୱବିତ କହିଛନ୍ତି ଯେ କୁଶିନଗରର ଅଭିଯୁକ୍ତ ମାନସିକ ରୋଗରେ ପୀଡିତ ବୋଲି ମନେ ହେଉଛି। ଏହା ଏକ ଗମ୍ଭୀର ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଯେଉଁଥିରେ ତାଙ୍କର ବିଚଳିତ ମାନସିକ ସ୍ଥିତିକୁ ସୂଚିତ କରୁଛି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button