ଓଡିଶାଜିଲ୍ଲା
Accident Boudh 2 Death ତେଲିବନ୍ଧ ନିକଟରେ କାରକୁ ଧକ୍କା ଦେଲା ଅଜଣା ଗାଡ଼ି, ଦୁଇ ଜଣଙ୍କ ମୃତ୍ୟୁ
ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇ କାରରେ ଥିବା ଦୁଇ ଜଣଙ୍କ Deathହୋଇଛି | ବୌଦ୍ଧ ଓ ଜହ୍ନlପଙ୍କ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଜହ୍ନlପଙ୍କ: ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇ କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି |
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସାଢେ ୪ଟା ସମୟରେ ବୌଦ୍ଧ ପଟୁ ସୋନପୁର ଆଡ଼କୁ ଯାଉଥିବା ଗୋଟିଏ କାର OD 02 X 3921 କୁ କୌଣସି ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେଇଥିଲା l ଫଳରେ କାରଟି ରାସ୍ତା ପାର୍ଶ୍ୱର ବିଲ ମଧ୍ୟକୁ ପଶି ଯାଇଥିଲା l କାରରେ ଥିବା ଦୁଇ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠାଇ ଥିଲେ | ପରୀକ୍ଷା କରିବା ପରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |
ମୃତକଙ୍କ ପରିଚୟ ମିଳି ପାରିନାହିଁ
ଉଭୟ ମୃତକଙ୍କ ପରିଚୟ ମିଳି ପାରିନାହିଁ l ବୌଦ୍ଧ ଓ ଜହ୍ନlପଙ୍କ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ ସମ୍ବାଦ




