Chaudawara jail: ଚୌଦ୍ବାର ଜେଲ୍‌ରେ ହଟଚମଟ: ଅଧୀକ୍ଷକଙ୍କ କମ୍ପ୍ୟୁଟରରୁ ଦସ୍ତାବିଜ ଭାଇରାଲ୍, ହ୍ବାଟସଆପ୍‌ରେ ବୁଲୁଛି ୩୭୫ ପୃଷ୍ଠାର ତଥ୍ୟ

ଛେଣ୍ଡିପଦା: ଅନୁଗୁଳଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଛାତ୍ରୀ କଲେଜରୁ ଫେରିବା ବାଟରେ ଦୁଇ ରୋମିଓ ଯୁବକ ଛାତ୍ରୀଙ୍କୁ ଅଟକେଇ ସିଗାରେଟ ଟାଣି ଧୂଆଁ ମୁହଁକୁ ଛାଡ଼ି ଅସଦାଚରଣ କରିଥିଲେ। ସମ୍ପୃକ୍ତ ଛାତ୍ରୀଙ୍କ ଅଭିଯୋଗରେ ପୁଲିସ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ଅପରାହ୍ନ ସାଢ଼େ ୪ଟାରେ କଲେଜରୁ ସାଇକେଲରେ ଛାତ୍ରୀ ଘରକୁ ଫେରୁଥିଲେ। ଫେରିବା ବାଟରେ ଛେଣ୍ଡିପଦା ଥାନା ଅନ୍ଧାରୀକଟା ଗ୍ରାମର ମନୋଜ ବାରିକ(୨୧) ଓ କଣିହାଁ ଥାନା କକୁଡ଼ିଆ ଗ୍ରାମର ନିର୍ମଳ ବାରିକ(୨୩) ଓଡ଼ି-୧୯-ଏସ-୫୦୭୩ ନଂ ବାଇକରେ ଆସି ଛାତ୍ରୀଙ୍କୁ ଅଟକେଇଥିଲେ। ଅଶ୍ଲୀଳ ଇଙ୍ଗିତ ଅସଦାଚରଣ ପରେ ସିଗାରେଟ ଟାଣି ମୁହଁକୁ ଧୂଆଁ ଛାଡ଼ିଥିଲେ।

ଦୁଇ ଯୁବକଙ୍କ ଠାରୁ ଖସି ଆସିବା ପରେ ଛାତ୍ରୀଜଣଙ୍କ ପରିବାର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ପୁଲିସ ମାମଲା ରୁଜୁ କରି ଆଜି ବ୍ୟବହୃତ ବାଇକ ଜବତ ସହିତ ମନୋଜ ଓ ନିର୍ମଳକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

 

ସୌଜନ୍ୟ ସମ୍ବାଦ