ଅର୍ଥନୀତିବାଣିଜ୍ୟ

Share Market: ନିବେଶକ ହରାଇଲେ ୬ ଲକ୍ଷ କୋଟି ଟଙ୍କା

ଚଳିତ ସପ୍ତାହର ଶେଷ କାରବାର ଦିନରେ ବିଦେଶୀ ନିବେଶକମାନେ ଇକ୍ବିଟି ସେୟାର ବିକ୍ରି କରିବାରୁ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ବଡ଼ ଧରଣର ହ୍ରାସ ସହ ବନ୍ଦ ହୋଇଛି।

ମୁମ୍ବାଇ: ଚଳିତ ସପ୍ତାହର ଶେଷ କାରବାର ଦିନରେ ବିଦେଶୀ ନିବେଶକମାନେ ଇକ୍ବିଟି ସେୟାର ବିକ୍ରି କରିବାରୁ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ବଡ଼ ଧରଣର ହ୍ରାସ ସହ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୬୯ ପଏଣ୍ଟ ହ୍ରାସ ପାଇ ୮୧,୫୩୭ ପଏଣ୍ଟରେ ବନ୍ଦ ହୋଇଛି। ଗ୍ରିନଲ୍ୟାଣ୍ଡକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ହେବା ସତ୍ତ୍ବେ ଶୁକ୍ରବାର ସାରା ବିଶ୍ବର ବିଭିନ୍ନ ଷ୍ଟକ୍‌ ବଜାରରେ ନିବେଶକମାନେ ସେୟାର ବିକ୍ରି ଜାରି ରଖିଥିଲେ। ତାହାର ପ୍ରଭାବ ଭାରତ ଉପରେ ପଡ଼ିଥିଲା।

ସେନ୍‌‌ସେକ୍ସରେ ଆଜି ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ ବିଦେଶୀ ନିବେଶକମା‌ନେ ସେୟାର ବିକ୍ରି କରିବାରୁ ଷ୍ଟକ ବଜାର କାରବାର ପ୍ରଭାବିତ ହୋଇଥିଲା। ରିଅଲ ଇଷ୍ଟେଟ୍‌ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ସେୟାର ଚାପରେ ଥିଲା। ଆମେରିକାର ନିୟାମକ ସଂସ୍ଥା ଆଦାନୀ ଗ୍ରୁପ୍‌କୁ ସମନ ଜାରି କରିଥିବାରୁ ଏହାର ବିଭିନ୍ନ କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଥିଲା। ଏକ ସମୟରେ ସେନ୍‌ସେକ୍ସ ୮୦୦ରୁ ଅଧିକ ପଏଣ୍ଟ ତଳକୁ ଖସିଯାଇଥିଲା। କାରବାର ଶେଷ ବେଳକୁ ‌ସେଥିରେ ସାମାନ୍ୟ ସୁଧାର ଘଟିଥିଲା।

 

ଆଜି ଆଦାନୀ ଗ୍ରିନ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ଏଣ୍ଟରପ୍ରାଇଜେସ୍‌, ହାଥାୱେ କେବୁଲ ଆଣ୍ଡ୍‌ ଡାଟାକମ୍‌ ଲିମିଟେଡ୍‌ ଓ ସିଞ୍ଜିନି ଇଣ୍ଟରନ୍ୟାସନାଲ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ଏଚ୍‌ସିଏଲ୍‌ ଟେକ୍‌, ସନ୍‌ର୍ଫାମା, ଟାଇଟାନ, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇଟିସି, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଭାରତୀ ଏୟାରଟେଲ, ଟାଟା ଷ୍ଟିଲ୍‌, ରିଲାଏନ୍ସ, ବଜାଜ ଫାଇନାନ୍ସ, ଟ୍ରେଣ୍ଟ, ଏନଟିପିସି, ମାରୁତି, ପାୱାର ଗ୍ରିଡ୍‌, ଆକ୍ସିସ୍‌ ବ୍ୟାଙ୍କ, ଇଟରନାଲ୍‌ ଓ ଆଦାନୀ ପୋର୍ଟସ୍‌ର ସେୟାର ମୂଲ୍ୟ ମଧ୍ୟ କମିଛି। ଟେକ୍‌ ମହିନ୍ଦ୍ରା, ହିନ୍ଦୁସ୍ତାନ ୟୁନିଲିଭର, ଏସିଆନ ପେଣ୍ଟ୍‌ସ, ଟିସିଏସ୍‌ ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button