ଖେଳ

Cricket: ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ବିବାଦ: ଲାହୋରରେ ‘ବିସିବି’ ମୁଖ୍ୟ

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାକିସ୍ତାନର ମ୍ୟାଚ୍‌ ବର୍ଜନ ସମାଧନ ପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)ର ଅଧ୍ୟକ୍ଷ ଅମିନ ଉଲ୍‌ ଇସ୍‌ଲାମ ଲାହୋରରେ ପହଞ୍ଚିଛନ୍ତି। ଦୁଇ ଚିରପ୍ରତିଦ୍ବଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ୧୫ ତାରିଖରେ...

ଲାହୋର: ପାକିସ୍ତାନକୁ ବିଶ୍ବକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ନ କରିବା ଲାଗି ମନାଇବାକୁ ଆଇସିସି ବଡ଼ ବୈଠକ ଡାକିଛି। ଏହି ବୈଠକ ଲାହୋରରେ ବସିଛି। ଏଥିରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମୁଖ୍ୟ ମୋହସିନ ନକ୍‌ଭୀଙ୍କ ସହ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଧ୍ୟକ୍ଷ ଅମିନୁଲ ଇସଲାମ ଯୋଗ ଦେଇଛନ୍ତି। ଏହି ଦୁଇ ବୋର୍ଡ ସହ ଯୋଗସୂତ୍ର ରକ୍ଷା କରି ସମ୍ମାନଜନକ ଭାବେ ଏହି ବିବାଦର ସମାଧାନ ଲାଗି ଆଇସିସି ତା’ର ଉପାଧ୍ୟକ୍ଷ ଇମ୍ରାନ୍‌ ଖୱାଜାଙ୍କୁ ମଧ୍ୟସ୍ତି ନିଯୁକ୍ତ କରିଛି। ତାଙ୍କୁ ମଧ୍ୟ ସ୍ବତନ୍ତ୍ର ଦୂତ ଭାବେ ପାକିସ୍ତାନ ପଠାଇଛି ଆଇସିସି।

ସିଙ୍ଗାପୁର କ୍ରିକେଟ୍ ବୋର୍ଡକୁ ପ୍ରତିନିଧିତ୍ବ କରୁଥିବା ଖୱାଜା ହେଉଛନ୍ତି ବିଶ୍ବ କ୍ରିକେଟ୍‌ର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି। ତାଙ୍କର ଉଭୟ ପିସିବି ଓ ବିସିବି ଅଧିକାରୀଙ୍କ ସହ ସୁସଂପର୍କ ରହିଛି। ଏଣୁ ତାଙ୍କ ହସ୍ତକ୍ଷେପ ପରେ ମାମଲା ଲାଗି ସମାଧାନର ବାଟ ବାହରିଯିବ ବୋଲି ଆଇସିିସି ଆଶା ରଖିଛି। ଗତିରୋଧ ଦୂର ପାଇଁ ଖୱାଜା ଆବଶ୍ୟକ ହେଲେ ଦିନେ ଦୁଇ ଦିନ ଲାହୋରରେ ରହିବାର ସୂଚନା ମଧ୍ୟ ଆଇସିସି ଦେଇଛି। ଆଇସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଖୱାଜା ଏହି ବିବାଦୀୟ ମାମଲାରେ ମଧ୍ୟସ୍ତି ଦାୟିତ୍ବ ତୁଲାଇବେ। ତାଙ୍କୁ ଆଇସିସି ବୋର୍ଡ ଏଥିଲଗି ସର୍ବସମ୍ମତିକ୍ରମେ ମନୋନୀତ କରିଛି। ନକ୍‌ଭୀଙ୍କୁ ସେ ରବିବାର ଭେଟ କରିଛନ୍ତି। ଅମିନୁଲ ପୂର୍ବରୁ ସେଠାରେ ଅଛନ୍ତି। ରବିବାର ହିଁ ‌ଲାହୋରରେ ଏକ ତ୍ରିପକ୍ଷୀୟ ବୈଠକ ଅନୁଷ୍ଠିତ ହେବ। ଏହା ପରେ ସବୁକିଛି ସମାଧାନ ହୋଇଯିବ ବୋଲି ଆମେ ଆଶା ରଖିଛୁ।

ସୂଚନାଯୋଗ୍ୟ ଯେ ପୂର୍ବରୁ କଠୋର ନିଷ୍ପତ୍ତି ନେଇଥିବା ପିସିବି ବିଶ୍ବକପ୍‌ର ଅନ୍ୟତମ ଆୟୋଜକ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡଠାରୁ ପତ୍ର ପାଇବା ପରେ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ ପାଇଁ ଆଇସିସିକୁ ଅନୁରୋଧ କରିଥିଲା। ପୂର୍ବ ସଂପର୍କକୁ ଦ୍ବାହି ଦେଇ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ନିଷ୍ପତ୍ତିରୁ ଓହରିଯିବାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ମୁଖ୍ୟ ସାମି ସିଲ୍‌ଭା ଏହି ପତ୍ରରେ ନକ୍‌ଭୀଙ୍କୁ ଅନୁରୋଧ କରିଥିଲେ। ଆଲୋଚନା ପର୍ଯ୍ୟାଲୋଚନା କରିବା ସହ ଆଇସିସି ମଧ୍ୟ ପିସିବି ଯଦି ତା’ ନିଷ୍ପତ୍ତି ନ ବଦଳାଏ, ତା’ହେଲେ କି ପ୍ରକାର ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ନେଇହେବ, ସେ ନେଇ ବିଶେଷଜ୍ଞଙ୍କ ରାୟ ନେଉଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ମୁଖ୍ୟ ସାମି ସିଲ୍‌ଭାଙ୍କ ସହ ଅଧିକ ଆଲୋଚନା ପାଇଁ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଯୋଗ ଗୁପ୍ତା ମଧ୍ୟ ସଂପ୍ରତି କଲମ୍ବୋରେ ଅଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ପ୍ରତୀକ୍ଷିତ ବିଶ୍ବକପ୍‌ ମ୍ୟାଚ୍‌ ଆସନ୍ତା ୧୫ ତାରିଖରେ କଲମ୍ବୋରେ ଖେଳାଯିବାର ଅଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button