ବାଣିଜ୍ୟ

India Chile trade-deal: ଚିଲି ସହ ବାଣିଜ୍ୟ ଡିଲର ନିକଟତର ହେଲା ଭାରତ, କଞ୍ଚା ମାଲ୍ ପାଇଁ ଚୀନ ଉପରେ ନିର୍ଭର କମିବ, ଉତ୍ପଦାନ ବଢ଼ିବ

India Chile trade-deal: ଆମେରିକା ସହ ଟ୍ରେଡ୍‌ ଡିଲ୍‌ ନେଇ ହୋହଲ୍ଲା ଚାଲିଥିବା ବେଳେ ଚିଲି ସହ ବଡ଼ ଡିଲ୍ କରୁଛି ଭାରତ। ଚୀନ ଉପରେ କମିଯିବ ନିର୍ଭରଶୀଳତା, ଉତ୍ପାଦନ କ୍ଷେତ୍ରରେ ଭାରତ ଦେବ କଡ଼ା ଟକ୍କର।

ନୂଆଦିଲ୍ଲୀଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ନେଇ ପ୍ରବଳ ହୋହଲ୍ଲା ହେଉଥିବା ବେଳେ ଏପଟେ ଚିଲି ସହିତ ମଧ୍ୟ ବଡ଼ ଡିଲ୍ କରିବା ଅଭିମୁଖେ ଭାରତ। ଏହାକୁ ନେଇ କୌଣସି ଚର୍ଚ୍ଚା ହେଉ ନଥିବା ବେଳେ ଭାରତ ଖଣିଜ ସମ୍ପଦ ନେଇ ଖୁବ୍ ବଡ଼ ସୌଦା କରିବାକୁ ଯାଉଛି। ଏଥିରେ ଭାରତକୁ ବଡ଼ ରଣନୈତିକ ଲାଭ ମିଳିପାରେ।

ଚିଲି ପାଖରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଲିଥିୟମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ରହିଛି। ଆଉ ଏହି ଖଣିଜ ସମ୍ପଦ ବର୍ତ୍ତମାନ ବିଶ୍ୱର ପାୱାର କେନ୍ଦ୍ର ପାଲଟିଛି। ତେଣୁ ଭାରତର ଚିଲି ସହି ଡିଲ୍ ଭାରତର ଉତ୍ପାଦନ ମହତ୍ତ୍ୱାକାଂକ୍ଷା ଏବଂ ରଣନୈତିକ ସାର୍ବଭୌମତ୍ୱକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ସ୍ତମ୍ଭ ପ୍ରମାଣିତ ହୋଇପାରେ। ଆସନ୍ତୁ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଟିକେ ନଜର ପକାଇବ।

 

ଭାରତ ପାଇଁ ଚିଲିର ମହତ୍ୱ

ବର୍ତ୍ତମାନର ବିଶ୍ୱ ଅର୍ଥନୀତିରେ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥଗୁଡ଼ିକ ଆଉ କେବଳ ଶିଳ୍ପ ଉତ୍ପାଦ ନୁହେଁ ବରଂ ରଣନୈତିକ ସମ୍ପତ୍ତି ପାଲଟିଛି। ଇଲେକ୍ଟ୍ରୋନିକ୍ସ, ବୈଦ୍ୟୁତିକ ଯାନବାହନ, ନବୀକରଣୀୟ ଶକ୍ତି ପ୍ରଣାଳୀ ଏବଂ ଉନ୍ନତ ଉତ୍ପାଦନ ପାଇଁ ଲିଥିୟମ୍, ତମ୍ବା, କୋବାଲ୍ଟ, ରେନିୟମ୍ ଏବଂ ମୋଲିବଡେନମ୍ ଭଳି ଖଣିଜ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି। ତେଣୁ ଏସବୁ ଜିନିଷ ଭାରତ ପାଇଁ ବ୍ୟବସାୟିକ ବିକଳ୍ପ କମ ରଣନୈତିକ ଆବଶ୍ୟକତା ଅଧିକ। ଏହି ପରିପ୍ରେକ୍ଷୀରେ ଭାରତ-ଚିଲି ବାଣିଜ୍ୟ ଡିଲ୍ ଦୁଇ ଦେଶ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି।

ଚିଲି ଗୁରୁତ୍ୱପୂର୍ଣ୍ଣ ଖଣିଜ ଭଣ୍ଡାରରେ ବିଶ୍ୱର ଏକ ପ୍ରମୁଖ ଦେଶ। ଏହି ଦକ୍ଷିଣ ଆମେରିକୀୟ ଦେଶ ବିଶେଷ ଭାବରେ ଲିଥିୟମ ସଂରକ୍ଷଣ ପାଇଁ ଜଣାଶୁଣା। ଏହି ଲିଥିୟମ ବ୍ୟାଟେରି ପ୍ରସ୍ତୁତି ପାଇଁ ଦରକାର ହୋଇଥାଏ। ଆଉ ବ୍ୟାଟେରୀର ବ୍ୟବହାର ଯେ ଆଜିକାଲି ଯୁଗରେ କେତେ ତାହା କାହାକୁ ଅଛପା ନାହିଁ। ଲିଥିୟମ୍ ବ୍ୟତୀତ, ଚିଲି ପାଖରେ ତମ୍ବା, ରେନିୟମ୍, ମୋଲିବଡେନମ୍ ଏବଂ କୋବାଲ୍ଟର ମଧ୍ୟ ଯଥେଷ୍ଟ ପରିମାଣର ଗଚ୍ଛିତ ରହିଛି, ଯାହା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ, ଅଟୋମୋବାଇଲ୍ ଏବଂ ସୌର ଶକ୍ତି କ୍ଷେତ୍ର ପାଇଁ ମୁଖ୍ୟ ସାମଗ୍ରୀ। ମେକ୍ ଇନ୍ ଇଣ୍ଡିଆ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଭଳି ପଦକ୍ଷେପ ଅଧୀନରେ ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୟାସ କରୁଥିବା ଭାରତ ପାଇଁ, ଏହି ଖଣିଜ ପଦାର୍ଥର ଉପଲବ୍ଧତା ପାଇଁ ଏକ ଦୀର୍ଘକାଳୀନ ଯୋଗାଣ ସ୍ଥିରତା ବଜାଇ ରଖିବା ଖୁବ ଗୁରୁତ୍ୱପୂର୍ଣ୍ଣ।

ପ୍ରିଫରେନ୍ସିଆଲ ଟ୍ରେଡ୍ ଡିଲ୍ରୁ ବଡ଼ ଡିଲ୍

ଚିଲି ସହ ଭାରତର ଟ୍ରେଡ୍ ଡିଲ୍ ନୂଆ ନୁହେଁ। ୨୦୦୬ରେ ଭାରତ ଚିଲି ସହ ଏକ ପ୍ରିଫେରେନ୍ସିଆଲ ଟ୍ରେଡ୍ ଡିଲ୍ ଆରମ୍ଭ କରିଥିଲା। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଆର୍ଥିକ ସମ୍ପର୍କର ନିଅଁ ପଡ଼ିଥିଲା। ତେବେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ବ୍ୟାପକ ଅର୍ଥନୈତିକ ଭାଗିଦାରି ଚୁକ୍ତିନାମା(ସିଇପିଏ)ରେ ଅନେକ ନୂଆ ଦିଗ ଯୋଡ଼ା ଯାଇଛି। ଏହା ଡିଜିଟାଲ ସେବା, ନିବେଶ ପ୍ରୋତ୍ସାହନ ଏବଂ ସମର୍ଥନ, MSME ଏବଂ ଗୁରୁତ୍ୱପୂର୍ଣ୍ଣ ଭାବରେ, ଅତ୍ୟାବଶ୍ୟକ ଖଣିଜ ପଦାର୍ଥଗୁଡ଼ିକୁ ମଧ୍ୟ ସାମିଲ୍ କରିବାକୁ ଚେଷ୍ଟା କରାଯାଉଛି।

ଦୁଇ ଦେଶ ମଧ୍ୟରେ କାରବାର

ଭାରତ ଏବଂ ଚିଲି ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସୀମିତ ରହିଛି।୨୦୨୪-୨୫ ବର୍ଷରେ, ଚିଲିକୁ ଭାରତର ରପ୍ତାନି ୨.୪୬ ପ୍ରତିଶତ ହ୍ରାସ ପାଇ ୧.୧୫ ବିଲିୟନ ଡଲାର ହୋଇଛି। ତଥାପି, ଚିଲିରୁ ଆମଦାନୀ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି, ଯାହା ୭୨ ପ୍ରତିଶତ ବୃଦ୍ଧି ପାଇ ୨.୬୦ ବିଲିୟନ ଡଲାରରେ ପହଞ୍ଚିଛି। ଏହି ଅସନ୍ତୁଳନରୁ ଜଣାପଡ଼ୁଛି ଯେ କଞ୍ଚାମାଲ ଯୋଗାଣକାରୀ ଭାବରେ ଚିଲିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ବର୍ତ୍ତମାନର ଅସନ୍ତୁଳନ ବଜାରକୁ ଭରସା ନ କରି ଭାରତ ଘରୋଇ ଉତ୍ପାଦନକୁ ବୃଦ୍ଧି କରୁଥିବା କଞ୍ଚାମାଲ ହାସଲ କରିବା ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରିବ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button