
ବୋରିଗୁମ୍ମା ୧୪।୦୨ : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଚାଲାନ ଗୁଡ଼ା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପରିବାର ପକ୍ଷରୁ ହତ୍ୟା କରାଯାଇଥିବାର ଆସିଛି ଅଭିଯୋଗ । ମୃତକ ରେହେମାନ ଖାନ୍ ବୋଲି ଜଣାପଡିଛି ।
ଖବର ଅନୁଯାୟୀସ ଚାଲାନଗୁଡ଼ା ଗାଁର ଆଦର୍ଶ ବିଶୋଇଙ୍କ ଦୋକାନକୁ ରେହେମାନ ମଦ୍ୟପାନ କରି ଯାଇଥିଲେ । କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି ସମୟରେ ଦୋକାନୀ ଆଦର୍ଶ ବିଶୋଇ ଉତ୍ୟକ୍ତ ହୋଇ କ୍ରିକେଟ୍ ବ୍ୟାଟ୍ରେ ଆକ୍ରମଣ କରିଥିଲେ । ଯାହାଫଳରେ ରେହେମାନ୍ ଖାନ ଗୁରୁତର ହୋଇ ପଡିଯାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଆଦର୍ଶ ବିଶୋଇଙ୍କୁ ଅଟକ ରଖି ଜେରା କରୁଛି । ଘଟଣାସ୍ଥଳରେ ସାଇଣ୍ଟିଫିଟ୍ ଟିମ୍ ପହଞ୍ଚି ମଧ୍ୟ ଛାନ୍ ଭିନ୍ କରୁଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
ସୌଜନ୍ୟ Prameya News7



