ବାଣିଜ୍ୟ

ଦେଶର ପ୍ରଥମ ପୁରୁଷ ସେଲିବ୍ରିଟି ଭାବେ ଟିରା ବିୟୁଟି ବ୍ରାଣ୍ଡ୍‌ର ଆମ୍ବାସଡର ହେଲେ ଆହାନ ପାଣ୍ଡେ

ମୁମ୍ବାଇ: ରିଲାଏନ୍ସର ବିୟୁଟି ବ୍ରାଣ୍ଡ୍ ଟିରା ସେଲିବ୍ରିଟି ଆହାନ ପାଣ୍ଡେଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସଡର କରିଛି। ଏହା ସହ କମ୍ପାନି ଭାରତର ପ୍ରଥମ ବିୟୁଟି ବ୍ରାଣ୍ଡ୍ ହୋଇଛି ଯାହା ଜଣେ ପୁରୁଷ ସେଲିବ୍ରିଟିକୁ ଆମ୍ବାସଣ୍ଡର କରିଛି। ଆହାନ, କରୀନା କପୁର ଖାନ ଏବଂ ସୁହାନା ଖାନଙ୍କ ପରେ ବ୍ରାଣ୍ଡ୍ ସହ ଯୋଡ଼ି ହୋଇଛନ୍ତି। ଏହା ଟିରା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରସାରଣ । କମ୍ପାନି ଯୁବବର୍ଗଙ୍କୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କିନ୍, ମେକଅପ୍, କେଶର ଯତ୍ନ, ଫରଫ୍ୟୁମ ଏବଂ ଅନ୍ୟାନ୍ୟ ବିୟୁଟି ପ୍ରଡକ୍ଟ ସହ ବଜାରରେ ନିଜର ସ୍ଥିତି ଜାହିର କରିଛି। ଆହାନଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ଯୋଡ଼ି କମ୍ପାନି ଏହି ପ୍ରତିବଦ୍ଧତାକୁ ବଜାୟ ରଖିବାକୁ ଚେଷ୍ଟା କରିଛି।

ଏହା ସହିତ ବ୍ରାଣ୍ଡ ‘ଟିରା: ଫର୍ ଏଭ୍ରି ୟୁ’ କ୍ୟାମ୍ପେନ ଅଭିଯାନ ମଧ୍ୟ ଆରମ୍ଭ କରିଛି। ଏହି ଅଭିଯାନ ଏକ ଅନ୍ତର୍ଭୁକ୍ତ ସୌନ୍ଦର୍ଯ୍ୟ ଇକୋସିଷ୍ଟମ ଗଠନ ପାଇଁ ପ୍ଲାଟଫର୍ମର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଏ। ନୂଆ କ୍ୟାମ୍ପେନ ମାଧ୍ୟମରେ ପ୍ଲାଟଫର୍ମ ସୌନ୍ଦର୍ଯ୍ୟକୁ ଏକ ବ୍ୟକ୍ତିଗତ, ନ୍ଦୈନନ୍ଦିନ ଅନୁଭବ ଭାବରେ ପ୍ରସ୍ତୁତ କରିଛି। ଯାହା ବ୍ୟକ୍ତିଙ୍କ ଇଚ୍ଛା, ସମୟ ଏବଂ ପରିଚୟର ଆକାର ନେଇଥାଏ। ଏହି କ୍ୟାମ୍ପେନ ସୌନ୍ଦର୍ଯ୍ୟକୁ ସହଜ ଏବଂ ବାସ୍ତବିକ ଜୀବନର ପ୍ରତିବିମ୍ବ ଭାବରେ ଦର୍ଶାଇଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button