ମହାନଗର
Silver ornaments: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି: ଦମ୍ପତିଙ୍କ ସମେତ ୩ଗିରଫ
ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖଣ୍ଡଗିରିବାରିର ଅବିନାଶ ମହାନ୍ତି ଓରଫ ସିପା, ରାକେଶ କୁମାର ସେଠୀ ଓ ତାଙ୍କ ପତ୍ନୀ ରଞ୍ଜିତା ସେଠୀ। ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି।

ଭୁବନେଶ୍ବର: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖଣ୍ଡଗିରିବାରିର ଅବିନାଶ ମହାନ୍ତି ଓରଫ ସିପା, ରାକେଶ କୁମାର ସେଠୀ ଓ ତାଙ୍କ ପତ୍ନୀ ରଞ୍ଜିତା ସେଠୀ। ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ମାତ୍ର ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯାଇ ନଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ୧୫ଦିନିଆ ରିମାଣ୍ଡ୍ରେ ଆଣିବାକୁ କୋର୍ଟରେ ଆବେଦନ କରିଛି। ସୂଚନା ଅନୁସାରେ, ଅଭିଯୋଗକାରୀ ପ୍ରଦୀପ୍ତ କୁମାର ଦାଶ ଖଣ୍ଡଗିରି ଅଞ୍ଚଳରେ ବୁଲାବୁଲି କରି ରୁପା ଅଳଙ୍କାର ବ୍ୟବସାୟ କରନ୍ତି। ଗତ ଜୁନ ମାସରେ ତାଙ୍କ ପଡ଼ୋଶୀ ଅବିନାଶ ମହାନ୍ତି ଘରକୁ ଆସିଥିଲେ।
ସୌଜନ୍ୟ ସମ୍ବାଦ




