ଦେଶ ବିଦେଶ

Child: ସରକାରୀ ଯୋଜନା ସତ୍ତ୍ବେ କର୍ଣ୍ଣାଟକରେ ୪.୮ ଲକ୍ଷ ଶିଶୁ କୁପୋଷଣର ଶିକାର

ରାଜ୍ୟ ସରକାରଙ୍କ ବିଭିନ୍ନ ପୋଷଣ ଯୋଜନା ସତ୍ତ୍ବେ କର୍ଣ୍ଣାଟକରେ ଶୂନରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ୪ ଲକ୍ଷ ୭୯ ହଜାର ଶିଶୁ କୁପୋଷଣର ଶିକାର ଥିବା ଜଣାପଡ଼ିଛି। ଫଳରେ ବୟସ ଅନୁସାରେ ସେମାନଙ୍କ ଉଚ୍ଚତା ସଠିକ୍‌ ଭାବେ ବୃଦ୍ଧି ପାଉନଥିବା କୁହାଯାଇଛି।

ବେଙ୍ଗାଲୁରୁ: ରାଜ୍ୟ ସରକାରଙ୍କ ବିଭିନ୍ନ ପୋଷଣ ଯୋଜନା ସତ୍ତ୍ବେ କର୍ଣ୍ଣାଟକରେ ଶୂନରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ୪ ଲକ୍ଷ ୭୯ ହଜାର ଶିଶୁ କୁପୋଷଣର ଶିକାର ଥିବା ଜଣାପଡ଼ିଛି। ଫଳରେ ବୟସ ଅନୁସାରେ ସେମାନଙ୍କ ଉଚ୍ଚତା ସଠିକ୍‌ ଭାବେ ବୃଦ୍ଧି ପାଉନଥିବା କୁହାଯାଇଛି। ବେଲଗାଭି ଜିଲ୍ଲାରେ ସର୍ବାଧିକ ଶିଶୁ ଏହି ସମସ୍ୟାରେ ପୀଡ଼ିତ ବୋଲି ଜଣାପଡ଼ିଛି। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବାଲକର ବେଲଗାଭି ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବାବେଳେ ଏହି ସଂଖ୍ୟା ଚକିତ କରିଦେବା ପରି ହୋଇଛି। ଏହାପୂର୍ବରୁ ବିଜେପି ସରକାର ଅମଳରେ ମଧ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଶଶିକଳା ଜୋଲେ ବେଲଗାଭିକୁ ପ୍ରତିନିଧିତ୍ବ କରୁଥିଲେ। ବିଧାନସଭା ଅଧିବେଶନବେଳେ ବିଜେପି ଏମଏଲସି ହେମଲତା ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ହେବ୍ବାଲକର ଉପରୋକ୍ତ ତଥ୍ୟ ରଖିଥିଲେ।

Show More

Leave a Reply

Your email address will not be published. Required fields are marked *

Back to top button