
ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ ଯୋଗଦେଇଥିଲେ । ଡାହାଣୀ ସନ୍ଦେହ ନାମରେ ନିର୍ଦ୍ଦିଷ ବ୍ୟକ୍ତି, ବିଶେଷ କରି ନାରୀ ନିର୍ଯାତନା, ସାମାଜିକ ବହିଷ୍କାର ଓ ହିଂସା, ହତ୍ୟା ଭଳି ଅମାନୁଷିକ କାଣ୍ଡ ରୋକିବା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହେବ।
ଜିଲା ପ୍ରଶାସନ ସମ୍ପୂର୍ଣ୍ଣଭାବେ ଏହାର ମୂଳୋତ୍ପାଟନ କରିବାକୁ ଚେଷ୍ଟା ଜାରି ରଖିଛି ବୋଲି ସେ କହିଥିଲେ। ସଚେତନତା ଶିବିରରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଶ୍ୟାମଚରଣ ଗୁରୁ, ଅତିରିକ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସସ୍ମିତା ବେହେରା, ଜିଲା ସୁରକ୍ଷା ଅଧିକାରୀ ପ୍ରତିମାରାଣୀ ଦାସ, କାର୍ଯ୍ୟକ୍ରମ ଅଧୀକାରୀ ଅହଲ୍ୟା ସୁନା, ମୀନତି ପାତ୍ର ଓ ହେନା ରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ବ୍ୟତିତ ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି, ସଂକଳ୍ପ ହବ୍, ୱାନ୍ ଷ୍ଟପ ସେଣ୍ଟର୍, ଶକ୍ତି ସଦନ କର୍ମୀ, ବାଳିକାବାଳକ, ସ୍ୱେଚ୍ଛାସେବୀ ମହିଳା ମଣ୍ଡଳୀର ସଦସ୍ୟା ଉପସ୍ଥିତ ଥିଲେ। ଏ ଦିଗରେ ସମେତ ସଚେତନ ହେବା ସହ ଏହି ବାର୍ତ୍ତା ପ୍ରଚାରରେ ସହଯୋଗ କରିବେ ବୋଲି ସମସ୍ତେ ଶପଥ ନେଇଥିଲେ।
ସୌଜନ୍ୟ ଧରିତ୍ରୀ




