ଅପରାଧଓଡିଶାଜିଲ୍ଲା

Cyber Fraud: କୋଟିକୋଟି ଠକେଇ ଅଭିଯୋଗରେ ୬ଜଣ ସାଇବର ଠକ ଗିରଫ

କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଭଦ୍ରକରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୁଲିସ। ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ...

ଭଦ୍ରକ/ଗୁଣପୁର: କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଭଦ୍ରକରେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୁଲିସ। ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନେକ ଫ୍ରଡ଼ ଆକାଉଣ୍ଟକୁ ସିଜ କରିଛି। ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରାୟ ଦେଢ଼ କୋଟି ଟଙ୍କା ଆସିବା ଘଟଣାକୁ ସନ୍ଦେହ କରି ବ୍ୟାଙ୍କ ପରିଚାଳକ  ଦେବାଶିଷ ପରିଡ଼ାଙ୍କ ପକ୍ଷରୁ ଭଦ୍ରକ ଟାଉନ୍ ଥାନାରେ ୨୦୨୫ ନଭେମ୍ବର ୩ ତାରିଖରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ପାଇବା ପାରେ ଭଦ୍ରକ ଟାଉନ୍  ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବିଭିନ୍ନ ସାଇବର ଠକେଇ ଅର୍ଥ ଏହି ଆକାଉଣ୍ଟକୁ ଆସିଥିବା ଜାଣିବାକୁ ପାଇବା ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା  ଔପଦା ଅଞ୍ଚଳର ଜଗବନ୍ଧୁ କେସି।

ସେହିପରି ଏକ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅନ୍ୟ ଏକ ମାମଲା ରୁଜୁ କରି ପୁଲିସ ଅନ୍ୟ ଚାରି ଜଣ ଅଭିଯୁକ୍ତ ମିର୍ଜାଫର ଖାଁ, ରଞ୍ଜିତ ପଣ୍ଡା, ଦେବାଶିଷ ନାୟକ, ସତ୍ୟରଞ୍ଜନ ଦାସଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା। ଆଜି ସନ୍ଧ୍ୟାରେ ଭଦ୍ରକ ଟାଉନ୍ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଥିଲା ବେକେ ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

WhatsApp Image 2026-02-24 at 19.47.39

ରାୟଗଡା ଜିଲ୍ଲା ଗୁଣପୁର ଥାନାରେ ଏକ ସାଇବର ଅପରାଧକୁ ନେଇ  ମାମଲା ରୁଜୁ ହୋଇଛି। ପଦ୍ମପୁର ବ୍ଲକ୍ ନୂଆସାହିର ଜୈନକ ଏମବିଏ ଛାତ୍ର ଦେବକାନ୍ତ ଶତପଥୀ  କିଛି ଲୋକଙ୍କ ଆଧାରକାର୍ଡକୁ ନେଇ ଆକାଉଣ୍ଟ ତିଆରି କରିବାକୁ କହିଥିଲେ। ଏହାପରେ ପଦ୍ମପୁର ବ୍ଲକ୍ ଖିଲାମୁଣ୍ଡା ଗ୍ରାମର ଏନ୍ ଏଙ୍କିଟି ମାଲିକାନାରେ ସନ୍ତୋଷ ଟ୍ରେଡର ନାମରେ ଏକ ବେନାମି କରେଣ୍ଟ ଆକାଉଣ୍ଟ କରିଥିଲେ। ଆକାଉଣ୍ଟ ଟି ରହିଥିଲା ୪୨୯୨୦୭୦୩୯୫୮ ଗୁଣପୁର ଏସ୍‌ବିଆଇ ମୁଖ୍ୟ ଶାଖାର ରହିଥିଲା। ଆକାଉଣ୍ଟ ରେ ଦିଆଯାଇଥିବା ମୋବାଇଲ୍ ନଂ ଟି ଆକାଉଣ୍ଟଧାରୀଙ୍କ ନଥିବା ବେଳେ ଦେବକାନ୍ତ ଶତପଥୀ ବେଙ୍ଗାଲୁରର ଏକ ଫ୍ରଡ୍ ଲୋକର ସହ ଡିଲ୍ କରି ତାଙ୍କ ଫୋନ ନଂ କୁ ଆକାଉଣ୍ଟ ସହ ଲିଙ୍କ୍ କରୁଥିଲେ।

ଏପରିକି ଏଥିରେ ଯେଉଁ ଲୋକଙ୍କ ଠାରୁ ଆଧାରକାର୍ଡ ନେଉଥିଲେ ତାଙ୍କୁ କିଛି କମିସନ ଆସିବାର ପ୍ରଲେୋଭନ ଦେଖାଉଥିଲେ। ପରବର୍ତୀ ମୁହୁର୍ତ୍ତରେ ପୁଲିସ୍  ସାଇବର କ୍ରାଇମ୍ ଟୋଲ୍ ଫ୍ରି ନଂ ୧୯୩୦ ନଂରେ ୬ ଜଣ ଅଭିଯୋଗକାରି ଯୋଗାଯୋଗ କରି ଅଭିଯୋଗ କରିଥିଲେ। ଗୁଣପୁର ପୁଲିସ୍ ଖବର ପାଇ ଘଟଣାର ଖୋଳତାଡ କରିଥିଲେ। ଆକାଉଣ୍ଟ ର ଯାଞ୍ଚ ପୁଲିସ୍ କରିବା ବେଳେ ଏହି ଆକାଉଣ୍ଟରେ ଦୈନନ୍ଦିନ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଣଦେଣ ହେଉଥିବା ନେଇ ଜାଣିପାରିଥିଲେ। ପୁଲିସ୍ ଏହି ବେନାମି ଆକାଉଣ୍ଟର ଦୈନନ୍ଦିନ ହିସାବ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଆକାଉଣ୍ଟଧାରୀ ଏନ୍ଏଙ୍କିଟିକୁ ପୁଲିସ୍ ପଚରାଉଚୁରା କରିବା ପରେ ଏହା ଏକ ବେନାମି ଆକାଉଣ୍ଟ ବୋଲି ଜାଣିବାକୁ ପାଇଥିଲେ। ଏପରିକି ଆକାଉଣ୍ଟଧାରୀ ତାଙ୍କ ଆକାଉଣ୍ଟ ରେ ଏତେ ଟଙ୍କା ନେଣ ଦେଣକୁ ନେଇ ବିଚଳିତ ହୋଇଯାଇଥିଲେ।

ପୁଲିସ୍ ଏହି ସାଇବର ମାମଲାରେ ଛନ୍ଦି ହୋଇଥିବା ଦେବକାନ୍ତ ଶତପଥୀ ଯୁବକଙ୍କୁ ଗିରଫ କରି ପଚରାଉଚୁରା କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି। ଏହି ମାମଲାରେ ମୁଖ୍ୟ ଆସାମି ବାଙ୍ଗାଲୋର ଅଞ୍ଚଳ ରାହୁଲ୍ ନାମକ ଯୁବକ ଫେରାର। ଏଥିରେ ପୁଲିସ୍ ପ୍ରତିକ୍ରିୟା ଦେଇନଥିବା ବେଳେ ଆକାଉଣ୍ଟ ସିଜ୍ କରିବା ସହ ତିନୋଟି ମୋବାଇଲ୍‌କୁ ଜବତ କରିଛି ପୁଲିସ୍। ଏ ନେଇ ପୁଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି l ଉକ୍ତ ପ୍ରେସ ଇସ୍ତାହାରରେ ଏସ୍‌ଡିପିଓ ବାବୁଲି ନାୟକ, ଥାନାଧିକାରୀ କେକେବିକେ କଉଁର ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button