ରାଶିଫଳ

Horoscope 2026 March 07: ଜାଣନ୍ତୁ ଆଜିର ରାଶିଫଳ

କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

ମେଷ: ଜୀବନକୁ ଭଲ ଢ଼ଙ୍ଗ‌ରେ ଜିଇଁବା ପାଇଁ ପ୍ରୟାସ କରିବେ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ବିଷୟରେ ବନ୍ଧୁ ସହିତ କଥାବର୍ତ୍ତା ହେବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ। ‌ ‌‌

ବୃଷ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଆପଣ ନିଜର ବିଚାର ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ‌‌‌

ମିଥୁନ: ମନ ଅଶାନ୍ତି ମୁକ୍ତ ରହିବ। ମହତ୍ବପୂର୍ଣ୍ଣ କଥା ଲୋକମାନଙ୍କ ସହିତ ଆଲୋଚନା କରିବାର ଅବସର ପାଇବେ। ଷ୍ଟିଲ୍ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ‌

କର୍କଟ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ ନାହିଁ। ‌

ସିଂହ: ଆପଣ ନିଜ କଥାରେ ଲୋକଙ୍କ ମନକୁ ମନାଇ ନେଇପାରିବେ। ଅନଲାଇନି ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ। ‌‌

କନ୍ୟା: ଆପଣଙ୍କୁ ନିଜ ପ୍ରତିଭାରେ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ଆପଣ କାହାରିକୁ ସାହାଯ୍ୟ କରିବେ। ‌

ତୁଳା: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭ ହେବ। ବେପାରରେ ଭଲ ପ୍ରଗତି ହେବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ପ୍ରେମ ଜୀବନ ମଧୁର ହେବ। ‌

ବିଛା: ଚାକିରିରେ ନୂଆ ଦାୟିତ୍ବ ପାଇବେ। ଅଚାନକ କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ଭୁଲ୍ ଠିକର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ‌

ଧନୁ: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ଅଶାନ୍ତି କମ୍ ହେବ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌

ମକର: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ଆପଣଙ୍କ ଜୀବନ ଆନନ୍ଦମୟ ହେବ। ବେକାରଙ୍କୁ ରୋଜଗାାରର ସୁଯୋଗ ମିଳିବ।

କୁମ୍ଭ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ ଯୋଗ୍ୟତାରେ ଆପଣଙ୍କ ପରିବାରର ନାମ ଉଜ୍ଜ୍ବଳ କରିବେ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମୀନ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ‌

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button