ଦେଶ ବିଦେଶ

Donald Trump: ପୁଣି ଡରାଇଲେ ଡୋନାଲ୍ଡ: ଇରାନକୁ ହରାଇବା ଯାଏଁ ଲଢିବୁ, ୨୦ ଗୁଣା ଅଧିକ ଆକ୍ରମଣ ହେବ

ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ଘନଉଛି ଯୁଦ୍ଧ। ଆଜିକୁ ୧୧ ଦିନ ହେଲାଣି ଇରାନ୍ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହଜାର ହଜାର ଜୀବନ ଗଲାଣି। ଏବେ ମଧ୍ୟସ୍ଥତା ପାଇଁ ଆଗେଇ ଆସିଛି ରୁଷ୍। ଯୁଦ୍ଧ ଶେଷ କରିବାକୁ ପ୍ରସ୍ତାବ ଦେଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍। ଫୋନ୍ ଯୋଗେ ଟ୍ରମ୍ପଙ୍କ ସହ କଥା ହୋଇ ଯୁଦ୍ଧ ବନ୍ଦ କରିବା ଉପରେ ଆଲୋଚନା କରିଛନ୍ତି। ୪ ବର୍ଷ ଧରି ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି। ଏବେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ବନ୍ଦ କରିବାକୁ ଶାନ୍ତି ଦୂତ ଭାବେ ଆଗେଇ ଆସିଛନ୍ତି ପୁଟିନ୍।

ହେଲେ ଏସବୁ ପରେ ବି ପୁଣି ଇରାନକୁ ଧମକ ଦେଇଛନ୍ତି ଟ୍ରମ୍ପ । ଚେତାବନୀ ଦେଇ ଟ୍ରମ୍ପ୍ କହିଛନ୍ତି ତେଲ ଯୋଗାଣରେ ବାଧା ଦେଲେ ପରିଣାମ ଭୋଗିବ ଇରାନ । ପୂର୍ବ ଅପେକ୍ଷା ଇରାନ ଉପରେ ୨୦ ଗୁଣା ଅଧିକ ଆକ୍ରମଣ ହେବ । ବିଶ୍ବବ୍ୟାପୀ ତେଲ ଯୋଗାଣ ସ୍ବାଭାବିକ ହେବ । ଭେନେଜୁଏଲାରୁ ପ୍ରଚୁର ପରିମାଣରେ ତେଲ କିଣାହେଉଛି । ଇରାନକୁ ହରାଇବା ଯାଏଁ ଲଢିବୁ ବୋଲି କହି ଆଉ ଥରେ ଡରାଇଲେ ଡୋନାଲ୍ଡ । ଇରାନକୁ ନିରସ୍ତ୍ର କରି ରଖିବୁ, ଖୁବଶୀଘ୍ର ଇରାନ ସହ ଯୁଦ୍ଧ ଶେଷ ହେବ । ଯୁଦ୍ଧର ଅନ୍ତ ଆମେ ସ୍ଥିର କରିବୁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button