ଜାତୀୟଦେଶ ବିଦେଶ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବେଳେ ଇଣ୍ଡୋନେସିଆର ବଡ଼ ଘୋଷଣା: ଭାରତ ଠାରୁ କିଣିବ ବ୍ରହ୍ମୋସ ମିସାଇଲ୍

ଭାରତ ଠାରୁ ବ୍ରହ୍ମୋସ ମିସାଇଲ କିଣିବ ଜକାର୍ତ୍ତା। ଏନେଇ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ରିକୋ ରିକାର୍ଡୋ ସାଇରାତ ସୋମବାର ରୟଟର୍ସକୁ ସୂଚନା ଦେଇଛନ୍ତି।

ଜକାର୍ତ୍ତା: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସମୟରେ ଇଣ୍ଡୋନେସିଆର ବଡ଼ ଘୋଷଣା। ଭାରତ ଠାରୁ ବ୍ରହ୍ମୋସ ମିସାଇଲ କିଣିବ ଜକାର୍ତ୍ତା। ଏନେଇ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ରିକୋ ରିକାର୍ଡୋ ସାଇରାତ ସୋମବାର ରୟଟର୍ସକୁ ସୂଚନା ଦେଇଛନ୍ତି। ଏ ନେଇ ୨୦୨୩ରେ ବ୍ରହ୍ମୋସ ପକ୍ଷରୁ ସୂଚନା ଦିଆଯାଇ ସାରିଥିଲା। ମିସାଇଲ କିଣିବା ନେଇ କମ୍ପାନୀ ଇଣ୍ଡୋନେସିଆ ସହ ଆଲୋଚନା କରୁଛି ବୋଲି କହିଥିଲା। ଆଉ ସୋମବାର ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରମାଳୟ ଏହା ସ୍ଫଷ୍ଟ କରିଛି।

ଭାରତ ଏବଂ ରୁଷ ସରକାରଙ୍କ ଜଏଣ୍ଟ ଭେଞ୍ଚରେ ସ୍ଥାପନ ହୋଇଥିବା କମ୍ପାନୀ ଦୁଇ ଦେଶର ଟେକ୍ନୋଲୋଜୀ ବ୍ୟବହାର କରି ମିସାଇଲ୍ ତିଆରି କରୁଛି। ଯାହାର ନାଁ ବ୍ରହ୍ମୋସ ରଖାଯାଇଛି। ଏହି କମ୍ପାନୀ ୨୦୨୩ରେ ମସିହାରେ ଇଣ୍ଡୋନେସିଆ ସହ ଚୁକ୍ତି କରିବାକୁ ଆଲୋଚନା ଚାଲିଛି ବୋଲି ରୟଟର୍ସକୁ ସୂଚନା ଦେଇଥିଲା। ଏବଂ କହିଥିଲା ଜକାର୍ତ୍ତା ସହିତ ୨୦୦ ରୁ ୩୫୦ ମିଲିଅନ ଡଲାରରୁ ଏକ ଚୁକ୍ତି ପାଇଁ ଆଲୋଚନା ଜାରି ରହିଛି।

ଏନେଇ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ରିକୋ କହିଛନ୍ତି “ଏହି ଚୁକ୍ତି ମିଲିଟାରୀ ହାର୍ଡୱେୟାର ଏବଂ ବିଶେଷ କରି ସାମୁଦ୍ରିକ କ୍ଷେତ୍ରରେ ପ୍ରତିରକ୍ଷା କ୍ଷମତାର ଆଧୁନିକୀକରଣ କରିବା ପାଇଁ କରାଯାଉଛି।” ତେବେ ଭାରତ ସହିତ ହୋଇଥିବା ଏହି ଚୁକ୍ତିର ମୂଲ୍ୟ ବିଷୟରେ ସେ କୌଣସି ସୂଚନା ଦେଇ ନାହାନ୍ତି।

ସୂଚନା ଥାଉକି ବ୍ରହ୍ମୋସ କମ୍ପାନୀ ୨୦୨୨ ମସିହାରେ ଇଣ୍ଡୋନେସିଆର ଦକ୍ଷିଣ ପୂର୍ବ ଏସୀୟ ପଡ଼ୋଶୀ ଫିଲିପାଇନ୍ସ ସହିତ ମିସାଇଲ୍ ବିକ୍ରି କରିବାକୁ ପ୍ରଥମ ବିଦେଶୀ ଚୁକ୍ତି କରିଥିଲା। ଆଉ ଏବେ ଇଣ୍ଡୋନେସିଆ ସହ ଚୁକ୍ତି ସାଇନ କରିଛି। ତେବେ ରୟଟର୍ସରେ ଏହି ରିପୋର୍ଟ ପ୍ରକାଶ ପାଇଭା ପରେ ବ୍ରହ୍ମୋସ ଏବଂ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ଡେଭଲପ ନେଇ ତୁରନ୍ତ କୌଣସି ମନ୍ତବ୍ୟ ମିଳିପାରି ନାହିଁ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button