ଅପରାଧଜାତୀୟ

ଆତଙ୍କବାଦୀଙ୍କୁ ଟଙ୍କା ଏବଂ ଘର ଯୋଗାଉଥିଲେ ସରକାରୀ କର୍ମଚାରୀ, ଗଲା ୩ ଜଣଙ୍କ ଚାକିରି

୨୦୨୫ ଅଗଷ୍ଟ ୨୨ରେ ଦୁଇ ଜଣ, ଜୁନ ୩ ରେ ତିନି ଜଣ ଏବଂ ଫେବୃଆରୀ ୧୫ ରେ ତିନି ଜଣ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଥିଲା । ସେମାନେ ସମସ୍ତେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ଶ୍ରୀନଗର: ଜମ୍ମୁକାଶ୍ମୀର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତିନୋଟି ପୃଥକ ମାମଲାରେ ଜଳ ଶକ୍ତି ବିଭାଗର ୩ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଏହି ୩ ସରକାରୀ କର୍ମଚାରୀ ଆତଙ୍କବାଦୀଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ । ଦେଶ ବିରୋଧୀ କାର୍ଯ୍ୟରେ ସେମାନେ ଲିପ୍ତ ଥିଲେ ବୋଲି ଜଣାପଡ଼ିଛି । କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ଆତଙ୍କବାଦୀଙ୍କୁ ଟଙ୍କା ଏବଂ ଆଶ୍ରୟସ୍ଥଳ ଯୋଗାଉଥିଲେ ।

ପ୍ରଥମ ମାମଲା
ମିଳିଥିବା ସୂଚନା ଅନୁସାରେ, ପ୍ରଥମ ମାମଲା ଅନନ୍ତନାଗ ଜିଲ୍ଲାର ବିଜବେହାରାରୁ ଆସିଛି। ଇକବାଲ ମୋହଲ୍ଲାର ବାସିନ୍ଦା ଶୌକତ ଅହମ୍ମଦ ଜରଗରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେ ଜଳ ଶକ୍ତି ବିଭାଗରେ କର୍ମଚାରୀ ଥିଲେ। ତାଙ୍କ ବିରୁଦ୍ଧରେ ଏଫଆଇଆର ୫୩/୨୦୧୯ ରୁଜୁ ହୋଇଛି । ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୭ ଏବଂ UAPAର ଧାରା ୧୬ ଓ ୧୮ ଅନୁଯାୟୀ ମାମଲା ରୁଜୁ ହୋଇଛି।

କିସ୍ତୱାଡ଼ାରେ ଦ୍ବିତୀୟ ମାମଲା
ଦ୍ୱିତୀୟ ମାମଲାଟି କିସ୍ତୱାଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି । ହୁଲ୍ଲାରର ବାସିନ୍ଦା ଲିଆକତ ଅଲିଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। ସେ ବିଭାଗରେ ଜଣେ ସାଧାରଣ ଶ୍ରମିକ ଥିଲେ ଏବଂ ବେରୱାର ଅଞ୍ଚଳରେ ନିଯୁକ୍ତ ଥିଲେ। ତାଙ୍କ ବିରୋଧରେ ଏଫଆଇଆର ନମ୍ବର ୨୩୦/୨୦୧୯ ରୁଜୁ କରାଯାଇଛି। UAPAର ଧାରା ୧୩,୧୮, ୧୯, ୩୮ ଏବଂ ୩୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ରହିବା ସହ ସେ ଆତବାଦକୁ ସମର୍ଥନ କରୁଥିଲେ ବୋଲି ଅଭିଯୋଗ ରହିଛି ।

ତୃତୀୟ ମାମଲା
ତୃତୀୟ ମାମଲାଟି ମଧ୍ୟ କିସ୍ତୱାଡ଼ା ସହିତ ଜଡିତ। ହୁଲାର ପିଏଚଇ ସବ-ଡିଭିଜନର ଜଣେ ସାଧାରଣ କର୍ମଚାରୀ କୌସର ହୁସେନଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କ ବିରୋଧରେ ଏଫଆଇଆର ନମ୍ବର ୨୩୦/୨୦୧୯ ରୁଜୁ ହୋଇଛି । ଏହି ମାମଲା UAPAର ବିଭିନ୍ନ ଧାରା ଅନୁଯାୟୀ ପଞ୍ଜୀକୃତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲାଗୁଡ଼ିକର ତଦନ୍ତ ସମ୍ପୂର୍ଣ୍ଣ ହୋଇଛି ଏବଂ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ତଦନ୍ତ ଆଧାରରେ, ସମ୍ପୃକ୍ତ ଧାରା ଅନୁଯାୟୀ ଏକ ଚାର୍ଜସିଟ୍ ଦାଖଲ କରାଯିବ।

ସୂଚନଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୧୩ରେ ଜମ୍ମୁକାଶ୍ମୀରରେ ୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ।ସେହିଭଳି ୨୦୨୫ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ୩୦ ଅକ୍ଟୋବରରେ ଦୁଇ ଜଣ ଶିକ୍ଷକଙ୍କୁ ବହିଷ୍କାର କରିଥିଲେ । ୨୦୨୫ ଅଗଷ୍ଟ ୨୨ରେ ଦୁଇ ଜଣ, ଜୁନ ୩ ରେ ତିନି ଜଣ ଏବଂ ଫେବୃଆରୀ ୧୫ ରେ ତିନି ଜଣ ସରକାରୀ କର୍ମଚାରୀଙ୍କ ଚାକିରି ଯାଇଥିଲା । ସେମାନେ ସମସ୍ତେ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଗତ ୫ ବର୍ଷ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ପ୍ରାୟ ୯୩ ଜଣ ସରକାରୀଙ୍କ କର୍ମଚାରୀଙ୍କ ଚାକିରି ଯାଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button