Breaking News

ଆଜିଠୁ ମୁଦ୍ରାନୀତି ସମୀକ୍ଷା ବୈଠକ ରେପୋ ହାର କମିବ!

ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ସୋମବାରଠାରୁ ଆରମ୍ଭ ହେବ। ନୂଆ ଆର୍ଥିକବର୍ଷର ଏହା ହେବ ପ୍ରଥମ ମୁଦ୍ରନୀତି ସମୀକ୍ଷା ବୈଠକ। ଏହି ବୈଠକରେ କମିଟି କୋହଳ ମୁଦ୍ରାନୀତି ଗ୍ରହଣ ପାଇଁ ସୁପାରିସ କରିବ ବୋଲି ଆଶା କରାଯାଉଛି।

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ସୋମବାରଠାରୁ ଆରମ୍ଭ ହେବ। ନୂଆ ଆର୍ଥିକବର୍ଷର ଏହା ହେବ ପ୍ରଥମ ମୁଦ୍ରନୀତି ସମୀକ୍ଷା ବୈଠକ। ଏହି ବୈଠକରେ କମିଟି କୋହଳ ମୁଦ୍ରାନୀତି ଗ୍ରହଣ ପାଇଁ ସୁପାରିସ କରିବ ବୋଲି ଆଶା କରାଯାଉଛି। ବିଶେଷକରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। ଆମେରିକା ପାଲଟା ଶୁଳ୍କ ଲାଗୁ ଫଳରେ ବିଶ୍ବ ବାଣିଜ୍ୟରେ ଅନିଶ୍ଚିତତା ଦେଖାଦେଇଛି। ଏଥିଯୋଗୁ ବିଶ୍ବ ମାନ୍ଦାବସ୍ଥା ମଧ୍ୟରେ ଠେଲି ହୋଇଯିବାର ଆଶଙ୍କା ରିହିଛି। ତେଣୁ ମୁଦ୍ରାନୀତି କମିଟି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ସୁଧ ହାର ହ୍ରାସ କରିବ ବୋଲି ଅର୍ଥନୀତିଜ୍ଞମାନେ ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ‌ଫେବ୍ରୁଆରିରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ‌ସମୀକ୍ଷା ବୈଠକରେ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ଫଳରେ ରେପୋ ହାର ସଂପ୍ରତି ୬.୨୫ ପ୍ରତିଶତରେ ରହିଛି। ସୋମବାର ମୁଦ୍ରାନୀତି କମିଟିର ୫୪ତମ ବୈଠକ ଆରମ୍ଭ ହେବ। ୯ ତାରିଖରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କମିଟିର ନିଷ୍ପତ୍ତି ସଂପର୍କରେ ଘୋଷଣା କରିବା କାର୍ଯ୍ୟକ୍ରମ ରହିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.