ପୁନଶ୍ଚ ପୃଥିବୀ
Air condition: ଏସି ସାଜିପାରେ ଆତଙ୍କ!
ବିଭିନ୍ନ କାରଣରୁ ପୃଥିିବୀର ତାପମାତ୍ରା ବଢ଼ିବାରେ ଲାଗିଛି। ନିଜର ଆରାମ ପାଇଁ ଆମେ ଆମ ଘର ସମେତ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ଅନ୍ୟ ଜାଗାରେ ଏୟାର କଣ୍ଡିସନର୍ ବା ଏସିର ବ୍ୟବହାର କରୁଛନ୍ତି।

ବିଭିନ୍ନ କାରଣରୁ ପୃଥିିବୀର ତାପମାତ୍ରା ବଢ଼ିବାରେ ଲାଗିଛି। ନିଜର ଆରାମ ପାଇଁ ଆମେ ଆମ ଘର ସମେତ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ଅନ୍ୟ ଜାଗାରେ ଏୟାର କଣ୍ଡିସନର୍ ବା ଏସିର ବ୍ୟବହାର କରୁଛନ୍ତି। ତେବେ ଆପଣ କେବେ ଭାବିଛନ୍ତି କି ଯେ, ଏହି ସାମୟିକ ସୁଖ ଆମ ପୃଥିବୀକୁ ବିପଦ ଆଡ଼କୁ ଟାଣିନେଉଛି। ବୈଜ୍ଞାନିକମାନଙ୍କ ଏକ ନୂଆ ଗବେଷଣା ଅନୁସାରେ, ଏସି ବିକିରଣ କରୁଥିବା ଉତ୍ତାପ ଯୋଗୁଁ ପୃଥିବୀର ତାପମାତ୍ରା ଆହୁରି ୦.୦୫ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଜୁଳି, ରାସାୟନିକ ରେଫ୍ରିଜରାଣ୍ଟ ସାଙ୍ଗକୁ ଗ୍ରିନ୍ହାଉସ୍ ଗ୍ୟାସ୍ ବିକିରଣ ଯୋଗୁଁ ପୃଥିବୀକୁ ଏହା ଆହୁରି ଉତ୍ତପ୍ତ କରିଦେଇପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି। ଏହାର ଅର୍ଥ, ଗରମରୁ ତ୍ରାହି ପାଇବାପାଇଁ ଆମେ ଦୁନିଆକୁ ଆହୁରି ତତଲା କରିବା ଦିଗରେ ଲଗାତାର କାମ କରିଚାଲିଛେ।




