
ଜଗତସିଂହପୁର: ଜଗତସିଂହପୁରରେ ପୁଣି ଆଉ ଏକ ଲଜ୍ଜା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଜଗତସିଂହପୁର ସହର ଉପକଣ୍ଠରେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତ ଫେରାର ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ପୀଡ଼ିତା ୧୩ ବର୍ଷୀୟା ନାବାଳିକାଙ୍କ ଘର ଠାରୁ ଅଳ୍ପ ଦୂରରେ ଅଭିଯୁକ୍ତର ଘର।
ନାବାଳିକାଙ୍କୁ ଏକଟିଆ ଦେଖି ଅଭିଯୁକ୍ତ ତା ଘରକୁ ଡାକି ନେଇଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହା ପରେ ନାବାଳିକାଙ୍କୁ ଧମକଚମକ ଦେଇ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ। ପୀଡ଼ିତା ନାବାଳିକା କାନ୍ଦି କାନ୍ଦି ଘରକୁ ଫେରିବା ସହ ପରିବାର ଲୋକଙ୍କ ଆଗରେ ଘଟଣା ବିଷୟରେ କହିଥିଲେ।
ଏହା ପରେ ପରିବାର ଲୋକ ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଇଛି। ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




