ଜାତୀୟ

Singapores Hottest Uncle: ୬୦ ବର୍ଷରେ ବି ଲାଗୁଛନ୍ତି ୩୫ ଭଳି, ସିଙ୍ଗାପୁରର ପପୁଲାର ମଡେଲ୍‌ଙ୍କ ‘ହଟେଷ୍ଟ’ ଲୁକ୍…

ସିଙ୍ଗାପୁରର ଚୁଆଣ୍ଡୋ ଟାନ୍ ଜଣେ ପ୍ରସିଦ୍ଧ ଫଟୋଗ୍ରାଫର ଏବଂ ମଡେଲ। ଯିଏ ତାଙ୍କ ବୟସରେ ବି ଆଜି ରାତାରାତି ସେନସେସନ୍ ପାଲଟିଛନ୍ତି। ତାଙ୍କ ମୁହଁର ଚମକ ଏବଂ ତାଙ୍କ ସିକ୍ସ-ପ୍ୟାକ୍ ଆବ୍ସକୁ ଦେଖି ଫ୍ୟାନ୍ସ ଶକ୍‌ ହୋଇଯାଇଛନ୍ତି ।

ମୁମ୍ଵାଇ ୧୪।୦୩; ବୟସ କେବଳ ଏକ ସଂଖ୍ୟା… ଆପଣ ହୁଏତ ଲୋକମାନଙ୍କୁ ଏହା ବହୁତ ଥର କହିଥିବାର ଶୁଣିଥିବେ। କିନ୍ତୁ ସିଙ୍ଗାପୁରର ଚୁଆଣ୍ଡୋ ଟାନଙ୍କୁ ଦେଖିଲେ, ଆପଣ ଏହା ବିଶ୍ୱାସ କରିବାକୁ ବାଧ୍ୟ ହେବେ । କାହିଁକି ନା ଯେତେବେଳେ ୬୦ ବର୍ଷ ବୟସର ଅଧିକାଂଶ ଲୋକ ଅବସର ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି, ଟାନ ତାଙ୍କର “କଲେଜ ବୟ” ଲୁକ୍ ପ୍ରଦର୍ଶନ କରୁଥିବା ଫଟୋ ସହିତ ସୋସିଆଲ ମିଡିଆ ଜଗତରେ ନିଆଁ ଲଗାଇ ଦେଉଛନ୍ତି।

ଲୋକପ୍ରିୟ ମଡେଲ ତଥା ଫଟୋଗ୍ରାଫର ଚୁଆଣ୍ଡୋ ଟ୍ୟାନ୍ ନିକଟରେ ତାଙ୍କର ୬୦ ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ୬୦ ବର୍ଷ ବୟସରେ ସେ ୩୫ ବର୍ଷ ବୟସ୍କଙ୍କ ଭଳି ଲାଗୁଛନ୍ତି । ତାଙ୍କର ଏହି ଫିଟ୍ ଲୁକ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି I ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଭାମ୍ପେୟାର ବା ହଟେଷ୍ଟ ଅଙ୍କଲ କହିବାକୁ ପଛାଇ ନାହାନ୍ତି । ‘ଏଜଲେସ୍’ ମଡେଲ ଭାବେ ଚର୍ଚ୍ଚା ସାଉଁଟୁଛନ୍ତି। ସେହିପରି ଟ୍ୟାନ୍ ଜନ୍ମଦିନରେ ଏକ ବିଶେଷ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ସେ ୬୦ର ବେଲୁନ୍ ସହିତ ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ଏହା ସହିତ ସେ ଏକ ଭାବବିହ୍ବଳ କଲା ଭଳି ବାର୍ତ୍ତା ମଧ୍ୟ ସେୟାର୍ କରିଛନ୍ତି । ସେ କହିଛନ୍ତି, ସମୟ ହେଉଛି ପ୍ରକୃତ ସମ୍ପତ୍ତି ।

ଅବଶ୍ୟ ସେ ୬୦ ବର୍ଷ ବୟସରେ ବି ଏତେ ଯୁବ ସୁଲଭ ଦେଖାଯିବା କୌଣସି ଯାଦୁବିଦ୍ୟା ନୁହେଁ ବୋଲି ସେ କହିଛନ୍ତି । ଜିନ୍ ଏବଂ ସ୍ବାସ୍ଥ୍ୟକର ଜୀବନଶୈଳୀ ବୋଲି ସେ କହିଛନ୍ତି । ଫିଟ୍ ରହିବାର ପ୍ରକୃତ ରହସ୍ୟ ଅନୁଶାସନ, ସନ୍ତୁଳିତ ଜୀବନଶୈଳୀ କୁହନ୍ତି । ସକାଳେ ସେ ପ୍ରୋଟିନ୍ ସେକ କିମ୍ବା ଓଟ୍ମିଲ ସହିତ ଅଣ୍ଡା, ମହୁ ଏବଂ ଆଭାକାଡୋ ଖାଆନ୍ତି! ମଧ୍ୟାହ୍ନ ଓ ରାତ୍ରିଭୋଜନରେ ଷ୍ଟିମ୍ ତଥା ଗ୍ରିଲ୍ଡ ଚିକେନ ତଥା ମାଛ, ଭାତ ଓ ସୁପ୍ ଖାଆନ୍ତି । ସେ ନିଶା ସେବନ, ଧୂମପାନ, କଫି, ମିଠା ପାନୀୟ ଆଦି ଖାଇନ୍ତିନି । ଏହା ସହ ସପ୍ତାହକୁ ୩-୫ ଦିନ ଷ୍ଟ୍ରେନ୍ଥ ଟ୍ରେନିଂ, କାର୍ଡିଓ, ସୁଇମିଙ୍ଗ କରିଥାନ୍ତି । ବର୍ତ୍ତମାନ ବୟସର ପ୍ରଭାବ ସେ ଧୀରେ ଧୀରେ ଅନୁଭବ କରୁଥିବା କରିଛନ୍ତି I

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button