ଓଡିଶାଜିଲ୍ଲା

ବେଦୀରେ ସ୍ବାମୀକୁ ଦେଖି ଉଡ଼ିଗଲା ହୋସ୍, ଚତୁର୍ଥୀ ପୂର୍ବରୁ ନବବଧୂ ଫେରିଗଲା ବାପଘର

ଏରୁଣ୍ଡି ଡେଇଁ ଯାଇଥିଲା ବାପଘରୁ । ପୁଣି ଓଲଟା କଲା ଲେଉଟାଣି । ଅଧାରେ ଅଟକିଲା ନୈଶ୍ୟ ଭୋଜି । ଅନାଇ ବସିଛନ୍ତି ପୁଅ ସହ ପରିବାର । ହେଲେ ଆସିବାକୁ ଅମଙ୍ଗ ନବବଧୂ ।

ସାଲେପୁର ୧୪/୦୩: ହଣ୍ଡାରେ ଥୁଆ ହୋଇଛି ମାଛ ଭଜା । କ୍ଷୀରି ବି ସରିଛି । ଅଧାଅଧି ଭୋଜି ପ୍ରାୟ ପ୍ରସ୍ତୁତ । ପଡ଼ିଥାନ୍ତା ଚତୁର୍ଥୀ ପିଣ୍ଡ, ପଳାଇଲା ନବବଧୂ । ଏରୁଣ୍ଡି ଡେଇଁ ଯାଇଥିଲା ବାପଘରୁ । ପୁଣି ଓଲଟା କଲା ଲେଉଟାଣି । ଅଧାରେ ଅଟକିଲା ନୈଶ୍ୟ ଭୋଜି । ଅନାଇ ବସିଛନ୍ତି ପୁଅ ସହ ପରିବାର । ହେଲେ ଆସିବାକୁ ଅମଙ୍ଗ ନବବଧୂ । ଜୋର ଜବରଦସ୍ତ ପଠାଇଲେ ବିଷ ଖାଇବାର ଦେଉଛି ଧମକ । ନ୍ୟାୟ ଆଶାରେ ଥାନାକୁ ଗଲେ ପରିବାର ।

ସାଲେପୁର କିଶନନଗର ଥାନା ମାଣପୁର ପଞ୍ଚାୟତ ଗଡମାର ଘଟଣାକୁ ନେଇ ଅନେକ ଚର୍ଚ୍ଚା । କଥାଟି ଯେତିକି ଆଶ୍ଚର୍ଯ୍ୟ ସେତିକି ଚିନ୍ତାଦାୟକ । ତେବେ ଏତେ ସବୁ ଘଟଣା ଘଟିବା ପରେ ଝିଅ ଘର ଲୋକେ ଚୂପ୍ । ଓଲଟା କହୁଛନ୍ତି ଝିଅ ଜୀବନ ହାରିଦେଲ ବୁଝିବ କି ତମେ ? ମାର୍ଚ୍ଚ ୧୦ ତାରିଖରେ ଧୂମ୍‌ଧାମରେ  ହୋଇଥିଲା ବିବାହ । ଗଡମାର କୈଳାସଙ୍କ ସହ ୪୨ ମୌଜା ଥାନା ଦଧିବାମାନପୁର ପଞ୍ଚାୟତ ଆଇତଳଙ୍ଗର ବନ୍ଦନାଙ୍କ ସହ ପଡିଥିଲା ହାତଗଣ୍ଠି ।

ବେଶ୍ ସୁରୁଖୁରୁରା ଚାଲିଥିଲା ସବୁକିଛି । ସିନ୍ଦୂର ଦେବାବେଳେ ସ୍ବାମୀକୁ ଦେଖି ଝିଅର ଉଡ଼ିଯାଇଥିଲା ହୋସ୍ । କାରଣ ବିବାହ ପୂର୍ବରୁ ପୁଅର ମୁହଁ ଦେଖିନଥିଲେ ବନ୍ଦନା । ପୁଅ-ବୋହୂ ଘରକୁ ଆସିବା ସହ ଘରେ ଲାଗିଥିଲା ବନ୍ଧୁ ବାନ୍ଧବଙ୍କ ଗହଳି । କିନ୍ତୁ ଗହଳି ଭିତରେ ଅଣନିଶ୍ୱାସୀ ହେଉଥିଲେ ବନ୍ଦନା । ଖୋଜୁଥିଲେ ମୁକୁଳିବାର ବାଟ । ଲଗାଇଥିଲେ ବାପାଙ୍କୁ ଫୋନ କଲ, ମୁଁ କୈଳାସଙ୍କ ସହ ରହିବିନି । ବାଧ୍ୟ କଲେ ଖାଇଦେବି ବିଷ । ଝିଅର କଥା ଶୁଣି ତରଳିଥିଲା ବାପାଙ୍କ ହୃଦୟ ।​​​​​​​

ଦୁଇ ଦିନ ବିତିଗଲା । ହଠାତ୍ ଚତୁର୍ଥୀ ଦିନ ଶାଶୂଘରକୁ ଆସିଥିଲା ବନ୍ଦନାଙ୍କ ବାପାଙ୍କ ଫୋନ । ସମୂଦୁଣୀ ମୋ ସ୍ତ୍ରୀ ଦେହ ବହୁତ ଖରାପ । ହସ୍ପିଟାଲରେ ପଡିଛି, ଝିଅକୁ ଦେଖିବାକୁ ଇଚ୍ଛା କରୁଛି । ବାପାଙ୍କ କଥାକୁ ବିଶ୍ୱାସ କରି ଭଡାକରି ପୁଅ ବୋହୂ ଓ ଅନ୍ୟ କିଛି ସମ୍ପର୍କୀୟଙ୍କୁ ପଠାଇ ଥିଲେ ଝିଅର ମା’ ଙ୍କୁ ଦେଖିବା ପାଇଁ। ହେଲେ ଝିଅର ବାପାଙ୍କ ଇଙ୍ଗିତରେ ଡାକ୍ତଖାନା ଯିବା ପରିବର୍ତ୍ତେ କାର ଯାଇ ପହଁଚିଥିଲା ଝିଅ ଘରେ । ଝିଅ ଶାଶୁ ଘରକୁ ଯିବାକୁ ଚାହୁଁ ନଥିବା କଥା ଜ୍ବାଇଁ ଆଗେ କହିଥିଲେ ବାପା । ସବୁ ଘଟଣା ସାମ୍ନାତୁ ଆସିବା ପରେ ସେଠି ବସିଥିଲା ପଞ୍ଚାୟତ ।

ତଥାପି ଝିଅର ଜିଦ୍ ଆଗରେ ନଇଁ ଖାଲି ହାତରେ ଫେରିଥିଲେ କୈଳାସ ଓ ତାଙ୍କ ପରିବାର । ମାମଲା ଏବେ ପୋଲିସର ତଦନ୍ତଭୁକ୍ତ ବୋଲି ସୂଚନା ମିଳିଛି।ଭୋଜି ଭାତ ଘରେ ଏବେ ଦୁଃଖର କଳାବାଦଲ । ପିଲାଠୁ ବୃଦ୍ଧ ସମସ୍ୟଙ୍କ ଆଖିରେ ଲୁହ । କଣ ହେବ ସମସ୍ତେ ଅପେକ୍ଷାରେ । କାରଣ ଭୁଲ୍ କାହାର କହିବା ତ ମୁସ୍କିଲ୍ । ତେବେ ସବୁ ଭୁଲି ବନ୍ଦନା ଫେରିଆସନ୍ତୁ ବୋଲି ସମସ୍ତଙ୍କ ଆଶା ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button