Cabinet approves : ୫୪,୯୨୬ କୋଟିର ପୁଞ୍ଜିନିବେଶକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ
ଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ୫୪,୨୯୬ କୋଟି ଟଙ୍କା ବ୍ୟୟ କରାଯିବ। ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜଳ ବିଦ୍ୟୁତ୍ ପ୍ରକଳ୍ପଠାରୁ ଆରମ୍ଭ କରି ଜାତୀୟ ରାଜପଥ...

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ୫୪,୨୯୬ କୋଟି ଟଙ୍କା ବ୍ୟୟ କରାଯିବ। ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଜଳ ବିଦ୍ୟୁତ୍ ପ୍ରକଳ୍ପଠାରୁ ଆରମ୍ଭ କରି ଜାତୀୟ ରାଜପଥ, ଶିଳ୍ପ ପାର୍କ ଇତ୍ୟାଦି ରହିଛି।
ଏହି ଅନୁମୋଦନ ରାଶିର ଏକ ବଡ଼ ଭାଗ ଭାରତ ଔଦ୍ୟୋଗୀକ ବିକାଶ ଯୋଜନାରେ ଶିଳ୍ପ ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି କ୍ୟାବିନେଟ କମିଟି ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ଦେଶରେ ୧୦୦ଟି ଶିଳ୍ପ ପାର୍କର ବିକାଶ କରାଯିବ। ଶିଳ୍ପ ପାର୍କଗୁଡ଼ିକ ସଂପୃକ୍ତ ରାଜ୍ୟ ତଥା ନିକଟବର୍ତ୍ତୀ ଅଞ୍ଚଳରେ ଶିଳ୍ପ ବିକାଶକୁ ତ୍ବରାନ୍ବିତ କରିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବେ।
ସେହିପରି କପାଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୧,୭୧୨ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୯୨୭ ନମ୍ବର ଜାତୀୟ ରାଜପଥର ଚାରି ଲେନ୍ କାର୍ଯ୍ୟ ପାଇଁ ୬୯୬୯ କୋଟି ଟଙ୍କାର ଅନୁମୋଦନ ମିଳିଛି। ଦେଶରେ କ୍ଷୁଦ୍ର ଜଳ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପ ଗୁଡ଼ିକ ପାଇଁ ୨୫୮୫ କୋଟି ଟଙ୍କା ବିନିଯୋଗ କରିବାକୁ ଅନୁମୋଦନ ପ୍ରଦାନ କରାଯାଇଛି।
ସୌଜନ୍ୟ ସମ୍ବାଦ




