Mathisha Pathirana fit for IPL: ଆଇପିଏଲ୍ ପାଇଁ ଶ୍ରୀଲଙ୍କା ବୋଲର୍ ମଥିସା ପଥିରାଣା ଫିଟ୍
ଆଇପିଏଲ ଆରମ୍ଭ ହେବାକୁ ଆଉ ଏକ ସପ୍ତାହ ଥିବାବେଳେ ବିଭିନ୍ନ ଦଳର ଆହତ ସମସ୍ୟା ଦେଖାଦେଇଛି। ବିଶେଷ କରି କୋଲକାତା ନାଇଟ୍ରାଇଡର୍ସ ଏହା ଦ୍ବାରା ବିଶେଷଭାବେ ପ୍ରଭାବିତ ହୋଇଛି।

କୋଲକାତା: ଆଇପିଏଲ ଆରମ୍ଭ ହେବାକୁ ଆଉ ଏକ ସପ୍ତାହ ଥିବାବେଳେ ବିଭିନ୍ନ ଦଳର ଆହତ ସମସ୍ୟା ଦେଖାଦେଇଛି। ବିଶେଷ କରି କୋଲକାତା ନାଇଟ୍ରାଇଡର୍ସ ଏହା ଦ୍ବାରା ବିଶେଷଭାବେ ପ୍ରଭାବିତ ହୋଇଛି। କାରଣ ବାଂଲାଦେଶୀ ବୋଲର୍ ମୁସ୍ତାଫିଜୁର ରେହମାନ ବାଦ୍ ପଡିବା ପରେ ହର୍ଷିତ ରାଣା ବି ଆହତ ଅଛନ୍ତି। ତେବେ ଦଳ ପାଇଁ ଏକ ଶୁଭ ସଂକେତ ହେଉଛି ଯେ ଶ୍ରୀଲଙ୍କା ବୋଲର୍ ମଥିସା ପଥିରାଣା ଫିଟ୍ ହୋଇଯାଇଛନ୍ତି ଓ ଆଇପିଏଲ୍ ଖେଳିବାକୁ ଶ୍ରୀଲଙ୍କା ବୋର୍ଡ ତାଙ୍କୁ ଏନଓସି ପ୍ରଦାନ କରିଛି।
ମଥିସାଙ୍କ ଆହତ ସମସ୍ୟାର ଉପସମ ହୋଇଛି
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଚିବ ବାନ୍ଦୁଲା ଦିଶାନାୟକେ କହିଛନ୍ତି ଯେ ମଥିସାଙ୍କ ଆହତ ସମସ୍ୟାର ଉପସମ ହୋଇଛି ଓ ସେ ଖେଳିବାକୁ ସଂପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି। କେକେଆର୍କୁ ସେ ଫେରିବା ପରେ ଜିମ୍ବାଓ୍ବେ ବୋଲର୍ ବ୍ଲେସିଂ ମୁଜରବାନିଙ୍କ ସହ ଦଳର ପେସ୍ ଆକ୍ରମଣର ନେତୃତ୍ବ ନେବେ। ଅନ୍ୟପକ୍ଷରେ ୨୦୨୬ ଋତୁ ପାଇଁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ କିଣାଯାଇଥିବା ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଜ୍ୟାକ୍ ଏଡଓ୍ବାର୍ଡସ୍ ଆହତ ଜନିତ କାରଣରୁ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି।
ସୌଜନ୍ୟ ସମ୍ବାଦ




