ଖେଳ

Hardik Pandya: ଫେରାରି ୧୨ସିଲିଣ୍ଡ୍ରିରେ ଅଭ୍ୟାସକୁ ଆସିଲେ ପାଣ୍ଡ୍ୟା

Hardik Pandya: ହାର୍ଦିକ ପାଣ୍ଡ୍ୟା ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ପଡ଼ିଆ ବାହାରେ ମଧ୍ୟ ସେ ଚର୍ଚ୍ଚିତ। ଆଇପିଏଲ୍‌ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ଶିବିରକୁ ଷ୍ଟାଇଲିସ୍‌ ଢଙ୍ଗରେ ସେ ଆଗମନ କରୁଥିବାର ଦୃଶ୍ୟ କ୍ୟାମେରାରେ କୟଦ ହୋଇଥିଲା।

ମୁମ୍ବାଇ:

ଇ ଇଣ୍ଡିଅନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ପଡ଼ିଆ ବାହାରେ ମଧ୍ୟ ସେ ଚର୍ଚ୍ଚିତ। ଆଇପିଏଲ୍‌ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଅଭ୍ୟାସ ଶିବିରକୁ ଷ୍ଟାଇଲିସ୍‌ ଢଙ୍ଗରେ ସେ ଆଗମନ କରୁଥିବାର ଦୃଶ୍ୟ କ୍ୟାମେରାରେ କୟଦ ହୋଇଥିଲା।

 

ପଡ଼ିଆ ବାହାରେ ଚର୍ଚ୍ଚିତ

ସ୍ଲିପର୍‌ ପିନ୍ଧି ନିଜ କାଜୁଆଲ୍‌ ଷ୍ଟାଇଲ୍‌ରେ ନୂଆ ଫେରାରି ୧୨ସିଲିଣ୍ଡ୍ରି କାର୍‌ ଚଲାଇ ଷ୍ଟାଡିୟମ୍‌କୁ ଆସୁଥିବାର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉ ହେଉ ଭାଇରାଲ୍‌ ହୋଇଯାଇଥିଲା। ତାଙ୍କର ଏହି ଷ୍ଟାଇଲ୍‌ ଆଗମନ ପ୍ରଶଂସକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ତାରକା କ୍ରିକେଟର୍‌ ନିକଟରେ ତାଙ୍କ ପ୍ରେମିକା ମାହିକା ଶର୍ମାଙ୍କ ସହ ଏହି ସୁପରକାର୍‌ରେ ବାହାରକୁ ନେଇଯାଉଥିବାର ଭିଡିଓ ଦେଖିବାକୁ ମିଳିଥିଲା।

ଇଟାଲୀୟ କମ୍ପାନି ଫେରାରିର ଉଚ୍ଚଶ୍ରେଣୀ ମଡେଲ ହେଉଛି ୧୨ସିଲିଣ୍ଡ୍ରି କାର୍‌। ଏଥିରେ ଭି୧୨ ଇଞ୍ଜିନ୍‌ ରହିଥିଲା ବେଳେ ଘଣ୍ଟାପ୍ରତି ୩୪୦ କିମି ବେଗରେ ଯାଇଥାଏ। ଏହି ସ୍ପୋର୍ଟ୍ସ କାର୍‌ର ମୂଲ୍ୟ ଭାରତରେ ୧୨ କୋଟି ଟଙ୍କାରୁ ଅଧିକ ରହିଛି। ପାଣ୍ଡ୍ୟାଙ୍କ ପାଖରେ ଏହି କାର୍‌ ବାଦ୍‌ ଅନେକ ଦାମି ଗାଡ଼ି ରହିଛି। ନିକଟରେ ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟରେ ପାଣ୍ଡ୍ୟାଙ୍କ ଅବଦାନ ମଧ୍ୟ ରହିଥିଲା। ଏହି ବିଶ୍ବକପ୍‌ରେ ସେ ୨୧୭ ରନ୍‌ କରିବା ସହ ୯ ୱିକେଟ୍‌ ଅକ୍ତିଆର କରିଥିଲେ। ଏବେ ତାଙ୍କର ଲକ୍ଷ୍ୟ ହେଉଛି ମୁମ୍ବାି ଇଣ୍ଡିଆନ୍ସକୁ ପୁଣି ଥରେ ବିଜେତା ମୁକୁଟ ପିନ୍ଧାଇବା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button