ଖେଳ

Kohli: କୋହଲିଙ୍କ ଲଣ୍ଡନ୍‌ ଫ୍ଲାଇଟ୍‌କୁ ନେଇ ଗୁଜବ

ଲଣ୍ଡନରୁ ଆଇପିଏଲ୍‌ ଖେଳିବାକୁ ଆସିବା ଓ ଯିବା ଲାଗି ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମାଲିକଙ୍କଠାରୁ ଏହି ଦଳର ବରିଷ୍ଠ ବ୍ୟାଟର୍‌ ବିରାଟ କୋହଲି ସ୍ବତନ୍ତ୍ର ବିମାନ ଦାବି କରିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କୋହଲି କିନ୍ତୁ ଏହି ଖବରକୁ ହସରେ ଉଡ଼ାଇ ଦେଇଛନ୍ତି।

ନୂଆଦିଲ୍ଲୀ: ଲଣ୍ଡନରୁ ଆଇପିଏଲ୍‌ ଖେଳିବାକୁ ଆସିବା ଓ ଯିବା ଲାଗି ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମାଲିକଙ୍କଠାରୁ ଏହି ଦଳର ବରିଷ୍ଠ ବ୍ୟାଟର୍‌ ବିରାଟ କୋହଲି ସ୍ବତନ୍ତ୍ର ବିମାନ ଦାବି କରିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କୋହଲି କିନ୍ତୁ ଏହି ଖବରକୁ ହସରେ ଉଡ଼ାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଦୁଇଟି କୌତୁକିଆ ଇମୋଜି ଛାଡ଼ି ଏହା ଖବର ନୁହେଁ, ନିଛକ ଗୁଜବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ସେ। ଏହି ରିପୋର୍ଟରେ ଆହୁରି କୁହାଯାଇଥିଲା ଯେ ଯିବା ଆସିବା ଲାଗି ସ୍ବତନ୍ତ୍ର ବିମାନ ଦାବି କରିବା ସହ ଦୁଇଟି ମ୍ୟାଚ୍‌ ମଧ୍ୟରେ ତିନି ଦିନରୁ ଅଧିକ ବ୍ୟବଧାନ ଥିଲେ ଲଣ୍ଡନ ଯାଇ ନିଜ ପରିବାରକୁ ଭେଟିବାର ସର୍ତ୍ତ ମଧ୍ୟ ରଖିଥିଲେ କୋହଲି।

ଏଥିନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ କୋହଲି ବାଧ୍ୟହୋଇ ସ୍ପଷ୍ଟୀକରଣ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆଇପିଏଲ୍‌ ଆରମ୍ଭରୁ ଆର୍‌ସିବି ଦଳ ସହ ଅଛନ୍ତି କୋହଲି। ଗତବର୍ଷ ସେ ଏହି ଦଳ ସହ ନିଜର ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତିଥିଲେ। ଚଳିତ ବର୍ଷ ସେ ଆଇପିଏଲ୍‌ ଇତିହାସର ପ୍ରଥମ ବ୍ୟାଟର୍‌ ଭାବେ ୯,୦୦୦ ରନ୍‌ର ମାଇଲ୍‌ଖୁଣ୍ଟ ଛୁଇଁବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଐତିହାସିକ ରେକର୍ଡଠାରୁ ସଂପ୍ରତି ସେ ମାତ୍ର ୩୩୯ ରନ୍‌ ଦୂରରେ ରହିଛନ୍ତି। ସଂପ୍ରତି ଏହି ତାରକା ବ୍ୟାଟର୍‌ ଭାରତ ଛାଡ଼ି ପରିବାର ସହ ଲଣ୍ଡନରେ ବସବାସ କରୁଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button