Will he play until he is 60? ୬୦ ବର୍ଷ ପର୍ଯ୍ୟନ୍ତ ଖେଳିବେ କି? ପ୍ରଶ୍ନର ଏଭଳି ଉତ୍ତର ଦେଲେ ଧୋନି
ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନି ଆଉ ଏକ ଆଇପିଏଲ୍ ଋତୁ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପଟେ ତାଙ୍କର ଅବସର ନେଇ ଚର୍ଚ୍ଚା ଚାଲିଛି। ଧୋନିଙ୍କର ଏହା ଶେଷ ଆଇପିଏଲ୍ ବୋଲି କେତେକ ପୂର୍ବତନ ଖେଳାଳି ପୂର୍ବାନୁମାନ କରିବା ପରେ ଅବସର ଚର୍ଚ୍ଚା ଜୋର୍ ଧରିଛି।

ଚେନ୍ନାଇ: ଗୋଟିଏ ପଟେ ମହେନ୍ଦ୍ର ସିଂ ଧୋନି ଆଉ ଏକ ଆଇପିଏଲ୍ ଋତୁ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅନ୍ୟପଟେ ତାଙ୍କର ଅବସର ନେଇ ଚର୍ଚ୍ଚା ଚାଲିଛି। ଧୋନିଙ୍କର ଏହା ଶେଷ ଆଇପିଏଲ୍ ବୋଲି କେତେକ ପୂର୍ବତନ ଖେଳାଳି ପୂର୍ବାନୁମାନ କରିବା ପରେ ଅବସର ଚର୍ଚ୍ଚା ଜୋର୍ ଧରିଛି। କିନ୍ତୁ ରବିବାର ଧୋନି ଦେଇଥିବା ଏକ ରହସ୍ୟମୟ ଜବାବ ଏହି ରହସ୍ୟକୁ ଆହୁରି ବଢାଇଦେଇଛି।
ଏହା ବେଶ କଷ୍ଟକର
ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲୋକପ୍ରିୟ ତାମିଲ ଅଭିନେତା ଶିବକାର୍ତ୍ତିକେୟନ୍ ପଚାରିଥିବା ଏକ ପ୍ରଶ୍ନ ଓ ଧୋନି ଦେଇଥିବା ଉତ୍ତର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଶିବକାର୍ତ୍ତିକେୟନ୍ କହିଥିଲେ ଯେ ‘ଆପଣ କଣ ଅବସର ନେଉଛନ୍ତି ? ପ୍ରତ୍ୟେକ ଋତୁରେ ନିଶ୍ଚିତଭାବେ କୁହନ୍ତୁ ଯେ ଏବେ ନୁହେଁ। ମୁଁ ଚାହୁଁଛି ଆପଣ ୬୦ ବର୍ଷ ପର୍ଯ୍ୟନ୍ତ ଖେଳନ୍ତୁ’। ଏହାର ଉତ୍ତରରେ ଧୋନି କହିଥିଲେ “ଏହା ବେଶ କଷ୍ଟକର, କାରଣ ପ୍ରତିବର୍ଷ ଫିଟ୍ନେସ୍ ହ୍ରାସ ପାଇଚାଲିଛି। ତେବେ ମୁଁ ଚେଷ୍ଟା କରିବି’। ଧୋନିଙ୍କ ଏହି ଉତ୍ତର ସମବେତ ଦର୍ଶକମାନଙ୍କୁ ବେଶ ଉତ୍ସାହିତ କରିଥିଲା ଓ ସେମାନେ କରତାଳି ଦେଇ ଏହାକୁ ସ୍ବାଗତ କରିଥିଲେ। ଏପରିକି ଶିବକାର୍ତ୍ତିକେୟନ୍ କହିଥିଲେ ଯେ ସେ ଉତ୍ତର ପାଇଗଲେ।
ଆଇପିଏଲ ଇତିହାସର ସବୁଠାରୁ ପ୍ରଭାବଶାଳୀ ଓ ଲୋକପ୍ରିୟ ତାରକାଙ୍କ ମଧ୍ୟରେ ଅନ୍ୟତମ ଧୋନି ୨୦୦୮ରୁ ଏପର୍ଯ୍ୟନ୍ତ ଆଇପିଏଲର ସବୁ ଋତୁ ଖେଳିଛନ୍ତି। ସେ ମୋଟ ୨୭୮ଟି ଆଇପିଏଲ୍ ମ୍ୟାଚ୍ ଖେଳିବା ସହ ମୋଟ ୫୪୩୯ ରନ୍ କରିଛନ୍ତି।
ସୌଜନ୍ୟ ସମ୍ବାଦ



